fbpx

ରଥଯାତ୍ରା ପାଇଁ ପ୍ରସ୍ତୁତି: ସାରା ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

Advertisement

ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଆସନ୍ତା ଜୁନ୍ ୨୦ ତାରିଖରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ତେଣୁ ଏହି ପର୍ବ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଛି ଓଡିଶା ପୋଲିସ । ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ତେଣୁ ଏଥିପାଇଁ ପ୍ରଶାସନ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଛି । ରଥଯାତ୍ରା ସମୟରେ ପୁରୀ ସହର ପାଇଁ ୧୮୦ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ କରାଯିବ ।

ସୂଚନା ଅନୁସାରେ, ଜୁନ୍ ୨୦ ତାରିଖ ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ଶୃଙ୍ଖଳା ଦାୟିତ୍ୱରେ ରହିବେ । ଏହା ସହିତ ଭଙ୍କଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଚଳିତବର୍ଷ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ନଜରରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଦିଗରେ ପ୍ରସ୍ତୁତ ହେଉଛି ପୁରୀ ପୋଲିସ । ସେଥିପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ପୁରୀ ସହରକୁ ଅଧିକ ସୁରକ୍ଷା ଏବଂ ଶୃଙ୍ଖଳିତ ରଖିବା ଦିଗରେ ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି ଯେ, ରଥଯାତ୍ରା ସମୟରେ ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ତେବେ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଏସଆଇଡବ୍ଲୁ ଡିଆଇଜି ଅଖିଳେଶ୍ୱର ସିଂହଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ କମିଶନର ଉମାଶଙ୍କର ଦାଶ, ପୁରୀ ଏସପି କେ. ବିଶାଲ ସିଂହଏବଂ ଡେକ୍ୱାର୍ଟର ଏସପି ରାୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.