fbpx
BSKY SKY
BSKY SKY

ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କଲେ ୧୮୩ IAS ଟ୍ରେନି ଅଫିସର, ଦେଖନ୍ତୁ Video

BSKY

ପୁରୀ, (ଓଡ଼ିଶା ଭାସ୍କର): ୨୦୨୧ ବ୍ୟାଚର ୧୮୩ ଜଣ ଆଇଏଏସ ଅଫିସର ପୁରୀ ଆସି ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୮୧ ଜଣ ଇଣ୍ଡିଆନ୍‌ କ୍ୟାଡର ଅଫିସର ଏବଂ ୨ ଜଣ ରୟାଲ ଭୂଟାନ ସିଭିଲ୍‌ ସର୍ଭିସ କ୍ୟାଡର୍‌ ଅଫିସର । ପ୍ରଥମେ କୋଣାର୍କ ଓ ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆଇଏଏସ୍‌ ଅଫିସର ଟିମ୍‌ ।

ଓଡିଶା ଟୁରିଜିମର ୬ଟି ସ୍ୱତନ୍ତ୍ର ବସ୍‌ ଯୋଗେ ପୁରୀ ବଡଦାଣ୍ଡରେ ପହଞ୍ଚି ସେଠାରୁ ଶ୍ରୀମନ୍ଦିର ପ୍ରଶାସନର ବ୍ୟାଟେରି ଚାଳିତ ଅଟୋରେ ବସି ଶ୍ରୀମନ୍ଦିର ଯାଇଥିଲେ । ପରେ ଦର୍ଶନ ସାରି ଭୁବନେଶ୍ଵର ଫେରିଯିବେ ଏହି ଟ୍ରେନି ଅଫିସର ।

Get real time updates directly on you device, subscribe now.