fbpx

ବର୍ଷା ଓ ବଜ୍ରପାତକୁ ନେଇ ଆଗାମୀ ୧୮ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୩୧ା୭(ଓଡ଼ିଶା ଭାସ୍କର): ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଏହାସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି କିନ୍ତୁ ବର୍ଷା ହେବା ବଦଳରେ ପ୍ରଚଣ୍ଡ ଖରାକୁ ତାତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗାମୀ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଓ ବଜ୍ରପାତକୁ ନେଇ ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ଜିଲ୍ଲା ଗୁଡ଼ିକ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ନବରଙ୍ଗପୁର, ଦେବଗଡ଼, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ।

ଅନ୍ୟପଟେ ଅଗଷ୍ଟ ୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଅଗଷ୍ଟ ୩ରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବା ମଧ୍ୟ ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବା ଲାଗି ଧୀବରଙ୍କୁ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.