fbpx

ରାଜ୍ୟର ଆଉ ଏକ ଜିଲ୍ଲାରେ ଅଗଷ୍ଟ ୩୧ ଯାଏଁ ଲାଗୁ ରହିବ କଟକଣା

ଅନୁଗୁଳ, ୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଉଛି । ସେହିପରି ଅନୁଗୁଳରେ ଅଗଷ୍ଟ ୩୧ଯାଏଁ କଟକଣା ଲାଗୁ ରହିବ ବୋଲି ସୂଚନା ମିଳିଛି । ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବ । ଏହାସହ କେବଳ ସୋମବାର ଠାରୁ ଶୁକ୍ରବାର ଯାଏଁ ଦୋକାନ ଖୋଲିବ ବୋଲିୀ ସୂଚନା ମିଳିଛି । ସାମାଜିକ ଦୂରତା ବଜାୟ ନରଖିଲେ ଦୋକାନକୁ ସିଲ୍ କରାଯିବ ବୋଲି ତାଗିଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରିଛି ।

Get real time updates directly on you device, subscribe now.