ନୂଆଦିଲ୍ଲୀ: ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲ୍ ରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ ଆଘାତ ଲାଗିଥିଲା । ଯାହାଫଳରେ ତାର ଜୀବନ ଚାଲି ଯାଇଥିଲା । ତେବେ ବାପା ମାଆଙ୍କୁ ଏ ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସେମାନେ ଦିପହରରେ ବାହାରକୁ ଯିବାକୁ ବାହାରିଥିଲେ ଓ ଏହି ସମୟରେ ସେ ଶିଶୁକୁ ମୃତ ପାଇଥିଲେ ।
ତେବେ ଏହି ମାମଲାରେ ଶିଶୁଟିର ବାପାଙ୍କୁ ଦୋଷୀ କରାଯାଇଥିବା ବେଳେ ମାଆଙ୍କୁ ଅଭିଯୋଗରୁ ମୁକ୍ତ କରାଯାଇଛି । ବାସ୍ତବରେ ଏହି ଘଟଣା ସ୍କଟଲାଣ୍ଡରେ ୪ ବର୍ଷ ତଳେ ଘଟିଥିଲା । ଯେତେବେଳେ ୧୯ ମାସର ଛୋଟ ଝିଅ ଖଟରୁ ପଡ଼ି ମୃତ୍ୟୁବରଣ କରିଥିଲା ଓ ଏହି ସମୟରେ ତାର ବାପା ମାଆ ମୋବାଇଲ୍ ଫୋନ୍ ରେ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ ।
ସେମାନେ ମୋବଇଲ୍ ଗେମ୍ ରେ ଏତେ ବ୍ୟସ୍ତ ଥିଲେ ଯେ, ଛୋଟ ଶିଶୁ ପଡ଼ିଯିବା କଥା ଆଦୌ ଜାଣିପାରିନଥିଲେ । ମୃତ ଝିଅର ନାମ ହେଉଛି କୀରା କାନରୟ । ମୃତ ଶିଶୁର ବାପା ମାଆ ରାତି ସାରା ଗେମ୍ ଖେଳି ଖେଳି ସକାଳ ୬.୩୦ ମିନିଟ୍ ରେ ଶୋଇପଡ଼ିଥିଲେ । ଆଉ ଦ୍ୱିପହର ୩ ଟା ସମୟରେ ଉଠିବା ବେଳକୁ ଝିଅକୁ ମୃତ ଭାବରେ ରୁମ୍ ରୁ ପାଇଥିଲେ ।