fbpx

ରେଳ କୋଚରେ ଯୁବତୀଙ୍କ ଶବ ଠାବ ଘଟଣା: ଡାଏରୀ ଖୋଲିଲା ରାଜ୍, ଦୁଇଦିନ ତଳେ ୨ ଅଟୋ ଡ୍ରାଇଭର୍ କରିଥିଲେ ଦୁଷ୍କର୍ମ

ସୁରତ: ଗୁଜୁରାଟର ବଡୋଦରାରେ ରେଳ କୋଚ୍ ରେ ମିଳିଥିବା ୧୯ ବର୍ଷୀୟ ଯୁବତୀଙ୍କ ମୃତଦେହ ମାମଲାରେ ଏକ ନୂଆ ତଥ୍ୟର ଖୁଲାସା ହୋଇଛି । ଏବେ ଯୁବତୀଙ୍କ ଡାଏରୀ ସାମନାକୁ ଆସିଛି । ସେଥିରୁ ଜଣାପଡ଼ିଛି ଯେ, ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଛି । ମେଡିକାଲ୍ ଟେଷ୍ଟ ରେ ମଧ୍ୟ ଏହା ଜଣାପଡ଼ିଛି । ବଡୋଦରା ଡିଭିଜନ୍ ୱେଷ୍ଟର୍ଣ୍ଣ ରେଲୱେ ଏସପି ପରୀକ୍ଷିତ ରାଠୋର୍ କହିଛନ୍ତି ଯେ, ମେଡିକାଲ୍ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ଜଣାପଡ଼ିବା ପରେ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି ।

ସୂଚନାଯୋଗ୍ୟ, ନଭେମ୍ବର ୪ ତାରିଖରେ କ୍ୱିନ୍ ଏକ୍ସପ୍ରେସ୍ କୋଚ୍ ରେ ଯୁବତୀଙ୍କ ଶବ ଲଟକିଥିବା ଅବସ୍ଥାରେ ମିଳିଥିଲା । ସର୍ବପ୍ରଥମେ ଶବଟିକୁ ସଫେଇ କର୍ମଚାରୀ ଦେଖିବାକୁ ପାଇଥିଲେ । ସୂଚନା ମୁତାବକ, ଯୁବତୀ ଜଣକ ନିଜ ଜୀବନ ହାରିଥିଲେ ବୋଲି ପୋଲିସ୍ ସୂଚନା ଦେଇଥିଲା । ଏହାର ଯାଞ୍ଚ ବେଳେ ଯୁବତୀଙ୍କ ପାଖରୁ ଡାଏରୀ ମିଳିଥିଲା, ଯେଉଁଥିରୁ ଅନେକ କିଛି ତଥ୍ୟ ମିଳିଛି ।

ଉକ୍ତ ଡାଏରୀରେ ଲେଖାଥିଲା ଯେ, ତାଙ୍କ ସହିତ ଦୁଇଜଣ ଅଟୋ ଡ୍ରାଇଭର୍ ଦୁଷ୍କର୍ମ କରିଛନ୍ତି । ପ୍ରଥମେ ତାଙ୍କୁ ଅପହରଣ କରି ନେଇଥିଲେ ଓ ପରେ ଏକ ଶୁନଶାନ୍ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ । ଆଉ ମେଡିକାଲ ରିପୋର୍ଟରୁ ମଧ୍ୟ ତାହା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.