fbpx

(Video) ଡାକ୍ତର ହୋଇଗଲେ ଚକିତ: ମହିଳାଙ୍କ ପେଟରୁ ବାହାରିଲା ୨.୫ କେଜିର ଚୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ସମାଜରେ କିଛି ନୂଆ କଥା ଶୁଣିବାକୁ ମିଳିଥାଏ । ବେଳେବେଳେ କିଛି ପୁରୁଷ ଓ ମହିଳାଙ୍କ ପେଟରୁ ବଡ଼ ଆକାରର ଟ୍ୟୁମର, ଷ୍ଟୋନ ବାହାରିଥାଏ । କଠିନ ପରିଶ୍ରମ କରି ଡାକ୍ତରମାନେ ସର୍ଜରୀ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ପେଟରୁ ୧୦୦ କି ୨୦୦ ଗ୍ରାମ ନୁହେଁ, ୨.୫ କେଜିର ଚୁଟି ବାହାରିଛି । ଏହି ଘଟଣାରେ ଡାକ୍ତରମାନେ ମଧ୍ୟ କାବା ହୋଇଯାଇଥିଲେ ।

ଖବର ମୁତାବକ, ଉତ୍ତରପ୍ରଦେଶର ଚିତ୍ରକୂଟ ଅଞ୍ଚଳରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ଜଣେ ମହିଳାଙ୍କୁ ପେଟ ଭିତରୁ ବାହାରିଛି ୨.୫ କେଜିର କେଶ । ଅସ୍ତ୍ରୋପଚାର କରି ଡାକ୍ତର ଏହି କେଶ ବାହାର କରିଛନ୍ତି । ଗର୍ଭାବସ୍ଥାରେ ଏହି ୨୫ ବର୍ଷୀୟା ମହିଳାଙ୍କର କେଶ ଖାଇବା ନିଶା ଆରମ୍ଭ ହୋଇଥିଲା । ମହିଳା ଜଣଙ୍କ କେବଳ ନିଜ କେଶ ନୁହେଁ, ତଳେ ପଡ଼ିଥିବା ଅନ୍ୟମାନଙ୍କର କେଶକୁ ମଧ୍ୟ ଖାଇବା ଆରମ୍ଭ କରିଥିଲେ । ତେବେ ସନ୍ତାନ ଜନ୍ମ ପରେ ସେ କେଶ ଖାଇବା ବନ୍ଦ କରିଦେଇଥିଲେ । ଏହାପରେ ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ କିଛି ଖାଇପାରି ନଥିଲେ ଓ ବାରମ୍ବାର ବାନ୍ତି ହୋଇଥିଲା । ଏହାପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଏହାର କାରଣ ଜାଣିବା ପରେ କାବା ହୋଇଯାଇଥିଲେ । କେଶ ଖାଇବା ଅଭ୍ୟାସ କାରଣରୁ ମହିଳାଙ୍କର ପେଟରେ ଏହି କେଶ ଏକ ପିଣ୍ଡୁଳାରେ ପରିପୂର୍ଣ୍ଣ ହୋଇଯାଇଥିଲା । ୨୫ ମିନିଟ୍ ଧରି ଅପରେସନ କରିବା ପରେ ଡାକ୍ତର ମହିଳାଙ୍କ ପେଟରୁ ପାଖାପାଖି ୨.୫ କେଜି ଓଜନର କେଶ ବାହାର କରିଥିଲେ । ତେବେ ମହିଳା ଜଣଙ୍କ ଟ୍ରାଇପୋଫାଗିୟା ନାମକ ଏକ ବିରଳ ରୋଗରେ ପୀଡ଼ିତ ବୋଲି ଡାକ୍ତର କହିଥିଲେ । ଏଭଳି ଗମ୍ଭୀର ସ୍ଥିତି ପାଇଁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.