fbpx

ପାରାଦୀପରୁ ଅଢେଇ କିଲୋର ମାରିଜୁଆନା ଜବତ, ଜଣେ ଗିରଫ

ପାରାଦୀପ, (ଭାସ୍କର ନ୍ୟୁଜ୍‌): ପାରାଦୀପ ବେଲ୍ଟଲାଇନ ଛକରୁ କେବିନ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା ନୂଆ ରାସ୍ତାର କଲଭର୍ଟ ନିକଟରୁ ପାରାଦୀପ ଆଦର୍ଶ ଥାନା ପୁଲିସ ଜଣେ ମାରିଜୁଆନା ଚୋରା ବେପାରୀକୁ ଗିରଫ କରିବା ସହ ତା ନିକଟରୁ ପ୍ରାୟ ଅଢେଇ କିଲୋଗ୍ରାମ(୨.୫କିଗ୍ରା) ମାରିଜୁଆନା ଜବତ କରିଛି । ଗିରଫ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବାପିନା ପାତ୍ର ବୋଲି ପୁଲିସ ସୂଚନା ମିଳିଛି।ସେ ପାରାଦୀପ ବୃନ୍ଦାବନ କଲୋନୀରେ ରହି ଆସୁଥିବା ଜଣାପଡିଛି ।

ସୂଚନା ମୁତାବିକ, ବୁଧବାର ସକାଳ ପ୍ରାୟ ସାଢେ ୬ଟା ସମୟରେ ଅଭିଯୁକ୍ତ ଏକ କଳା ପଲିଥିନରେ ମାରିଜୁଆନା ରଖି ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିବା ଖବର ପାରାଦୀପ ଆଦର୍ଶ ଥାନା ଅଧିକାରୀ ପାଇବା ପରେ ଏକ ପୁଲିସ ଟିମ୍‌ ପଠାଇଥିଲେ । ପୁଲିସ ଟିମ୍‌ ତାକୁ କାବୁ କରି ବାପିନାକୁ ଗିରଫ କରି ତା ନିକଟରୁ ସମସ୍ତ ମାରିଜୁଆନା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛି । ଏହି ମାରିଜୁଆନାକୁ ସ୍ଥାନୀୟ ଅଞ୍ଚଳରେ ଗେଇ ଭାବରେ ବିକ୍ରି କରାଯାଇଥାଏ । ଏବେ ଶ୍ରାବଣ ମାସ ଚାଲିଥିବାରୁ ପାରାଦୀପ ଅଞ୍ଚଳରେ ଗଞ୍ଜେଇ, ମାରିଜୁଆନା ଭଳି ନିଶାଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଇଥିବା ଜଣାପଡିଛି ।

Get real time updates directly on you device, subscribe now.