fbpx

କାର୍ ବାଡ଼େଇଦେଲା, ପ୍ରାଣ ଚାଲିଗଲା; ନୂଆପଲ୍ଲୀ ଓଭର୍ ବ୍ରିଜ୍ ରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଲ୍ଲୀ ଏନଏଚ୍ ଓଭରବ୍ରିଜ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଥିବା ଏକ କାର୍ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ଚାଲିଯାଇଛି । ମୃତକଙ୍କ ନାମ ରାଜେଶ ସ୍ୱାଇଁ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳର ମୂଳ ବାସିନ୍ଦା ରାଜେଶ ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଆଇଡି ମାର୍କେଟ୍ ଯିବା ରାସ୍ତାର ଓଭର୍ ବ୍ରିଜ୍ ଉପରେ କାର୍ ଧକ୍କା ଦେଇଥିଲା । ଫଳରେ ସଂକଟାପନ୍ନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତି ପଡ଼ିରହିଲେ ରାସ୍ତାରେ । ଜଣେ ଗୁଜରାଟି ଯୁବକ ଅମିତ ଗୋଜଳ ତାଙ୍କୁ ବାଇକ୍ରେ ପ୍ରଥମେ ଇଏସଆଇ ମେଡିକାଲ୍ ନେଇଥିଲେ ଏବଂ ସେଠାରୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ସେଠଶରେ ତାଙ୍କର ପ୍ରାଣ ଚାଲିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାର୍ ସମ୍ମୁଖ ଭାଗ ଚୁନା ହୋଇଥିବାବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି ।

ଅନ୍ୟ ଏକ ଦୁର୍ଘଟଣା

ବିଏମସି ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା କାର୍ । ଫଳରେ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି ହେଲେ । ଆଉ ମୁଣ୍ଡରେ ପଡ଼ିଲା ୮ଟା ଷ୍ଟିଚ୍ । ଏଭଳି ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କର୍ମଚାରୀଙ୍କ ନାଁ ହେଉଛି ଅଙ୍ଗଦ ଡିଗାଲ । ବିଏମସିରେ ସଫେଇ କର୍ମୀ ଭାବେ କାମ କରୁଥିବା ଅଙ୍ଗଦ ନୟାପଲ୍ଲୀ ରେଣ୍ଟାଲ କଲୋନୀ ଅଞ୍ଚଳରେ ରୁହନ୍ତି । ବୟସ ପାର କଲେଣି ୬୦ ବର୍ଷ । ଏଭଳି ପରିଣତ ବୟସରେ ବି ସେ ନିଜ କାମରେ ଅବହେଳା କରନ୍ତିନି । କିନ୍ତୁ ଦୁର୍ଘଟଣାରେ ମୁଣ୍ଡରେ ୮ଟା ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି । ସିଟି ସ୍କାନ ପରେ ଅଧିକ କଣ ହୋଇଛି ଜଣାପଡ଼ିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି । ସାଲିଆ ସାହିରୁ କାମ ସାରି ଘରକୁ ଫେରୁଥିଲେ ସାଇକେଲ୍ରେ । ଏତିକିବେଳେ ଧକ୍କା ଦେଲା କାର୍ । ଫଳରେ ଛିଟିକି ରାସ୍ତାର ଅପର ପାର୍ଶ୍ୱରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ । ଅଙ୍ଗଦଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ନୟାପଲ୍ଲୀ ଥାନାରେ ଅଟକ ରଖାଯାଇଛି ।

BMC Safei Karmachari

Get real time updates directly on you device, subscribe now.