fbpx
BSKY
BJD MS SKY
BJD YOUTH SKY

କେନ୍ଦ୍ରମନ୍ତ୍ରୀଙ୍କ ବୃଦ୍ଧ ପିତାମାତା ଖଟୁଛନ୍ତି ଜମିରେ! ଅର୍ଥ ଓ ସଉକ ହାର ମାନିଛି ଏମାନଙ୍କ ଆଗରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଯଦି ଜଣଙ୍କର ମାସିକ ଦରମା ୧୫ ହଜାରରୁ ୩୦ ହଜାର ହୋଇଥାଏ, ତେବେ ଉକ୍ତ ବ୍ୟକ୍ତିଙ୍କର ଜୀବନରେ ବହୁତ କିଛି ରାତାରାତି ପରିବର୍ତ୍ତନ ହୋଇଯାଇଥାଏ । ଯେପରିକି, ବାଇକ୍, ଘର, ବେଶପୋଷାକ, ଖାଦ୍ୟ ଇତ୍ୟାଦି । ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ହୋଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବୃଦ୍ଧ ପିତାମାତା । ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମଧ୍ୟ ବାପା-ମାଆ ପୂର୍ବପରି ଜମିରେ ଖଟୁଛନ୍ତି । ତାମିଲନାଡ଼ୁର ଏହି ଦମ୍ପତ୍ତିଙ୍କ ପାଖରେ ଜୀବନକୁ ବିଳାସମୟ ଭାବେ ବିତାଇବା ପାଇଁ ସୁଯୋଗ ରହିଥିଲେ ହେଁ ଗାଁର ସରଳ ନିରୀହ ଜୀବନଯାପନ ସେମାନଙ୍କୁ ବାନ୍ଧି ରଖିଛି ।

ଏପରି ଦୁର୍ଲ୍ଲଭ ପିତାମାତାଙ୍କ ଔରଷରୁ ଜନ୍ମନେଇଥିବା ମଣିଷ ଜଣଙ୍କ ହେଉଛନ୍ତି ତାମିଲନାଡ଼ୁରେ ଜନ୍ମିତ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ, ଗୋପାଳନ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ୍ । ତେବେ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ମୁରୁଗାନ ରାଜ୍ୟ ବିଜେପି ମୁଖ୍ୟ ଥିବା ସମୟରେ ପିତାମାତାଙ୍କୁ ଚେନ୍ନାଇରେ ନିଜ ପାଖରେ ରଖିଥିଲେ । ମାତ୍ର ପିତାମାତାଙ୍କୁ ସହରର ଚାକଚକ୍ୟ ପରିବେଶ ଭଲ ଲାଗିନଥିଲା । ତାଙ୍କ ପୁଅ ପାଇଁ ସେମାନେ କିଛି କରିନାହାନ୍ତି, ବରଂ ସେ ନିଜ ପରିଶ୍ରମ ବଳରେ ଏତେ ବାଟରେ ପହଞ୍ଚି ପାରିଛି ବୋଲି କହିଛନ୍ତି ଏହି ୬୮ ବର୍ଷୀୟ ପିତା ଲୋଗନାଥନ ଓ ୫୯ ବର୍ଷୀୟା ମାତା ଏଲ. ବରୁଦାମ୍ମଲ । ଗତ ୭ ତାରିଖରେ ମୁରୁଗାନଙ୍କୁ ମୋଦିଙ୍କ ଟିମରେ ସ୍ଥାନ ମିଳିବା ଖବର ପାଇବା ପରେ ପିତାମାତା ଖୁସି ହୋଇଥିଲେ । ମାତ୍ର ଏନେଇ କୌଣସି ଉତ୍ସବ ମନାଇନଥିଲେ, ଯାହାକି ସେମାନଙ୍କର ମହାନତାର ପରିଚୟ ଥିଲା ।

ପୁତ୍ର କେନ୍ଦ୍ରମନ୍ତ୍ରୀ ହେବା ପରେ ଏହି ଦମ୍ପତ୍ତିଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଘଟିନଥିବା ପ୍ରକାଶ କରିଛନ୍ତି ଗ୍ରାମର ମୁଖିଆ । କୋଭିଡ ବେଳେ ରାଜ୍ୟ ସରକାର ରାଶନ ସାମଗ୍ରୀ ବଣ୍ଟନ କରୁଥିବା ସମୟରେ ମୁରୁଗାନଙ୍କ ବୃଦ୍ଧ ପିତାମାତା ଧାଡ଼ିରେ ସାଧାରଣ ଲୋକଙ୍କ ପରି ଛିଡ଼ା ହୋଇଥାନ୍ତି । ସେମାନଙ୍କୁ ଧାଡ଼ିର ଆଗକୁ ଯାଇ ପ୍ରଥମେ ସାମଗ୍ରୀ ନେବା ପାଇଁ ଅନ୍ୟମାନେ ଅନୁରୋଧ କରିଥିଲେ ମଧ୍ୟ ସେମାନେ କାହା କଥା ଶୁଣୁନଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଦୁହିଁଙ୍କ ପାଖରେ ପାଦ ରଖିବାକୁ ଜମି ଟିକେ ନଥିଲେ ବି ଅର୍ଥର ଲୋଭ ସେମାନଙ୍କୁ ସାମାନ୍ୟ ମାତ୍ରାରେ ଗ୍ରାସ କରିପାରିନାହିଁ ।

Get real time updates directly on you device, subscribe now.