fbpx

ବଡ଼ ଖବର; ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ ଓ ଜଣେ ଡିଏସପି ସହୀଦ

Advertisement

ଓଡିଶା ଭାସ୍କର: ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି । ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଥିବା ଖବର ସାମ୍ନାକୁ ଆସିଛି । କର୍ଣ୍ଣେଲଙ୍କ ନାମ ମନପ୍ରୀତ ସିଂହ ହୋଇଥିବା ବେଳେ ମେଜରଙ୍କ ନାଁ ଆଶିଷ ଧୋନଚକ ବୋଲି ଜଣାପଡ଼ିଛି । ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ ।

ସେହିପରି ଜମ୍ମୁ ଓ କଶ୍ମୀର ପୁଲିସର ଡିଏସପି ହୁମାୟୁନ ଭଟ୍ ମଧ୍ୟ ସହିଦ ହୋଇଛନ୍ତି । ଜଣେ ଫେରାର ଆତଙ୍କବାଦୀର ତଲାସୀ ଜାରି ରହିଥିବାବେଳେ ସେ ଅନନ୍ତନାଗର ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ଆସିଥିଲା । ଏହା ପରେ ସେନା ଓ ପୁଲିସ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ବୁଧବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ବେଳେ ଆତଙ୍କବାଦୀମାନେ ବି ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷା ବାହିନୀର ଉପରୋକ୍ତ ତିନି ଅଧକାରୀ ସହିଦ ହୋଇଥିଲେ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର କୋକରନାଗରେ ଅଞ୍ଚଳରେ ପୁଲିସ ଏବଂ ସେନାର ଏକ ମିଳିତ ଟିମ୍ ଘେରାବନ୍ଦୀ ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମିଳିତ ଦଳ ସନ୍ଦିଗ୍ଧ ସ୍ଥାନ ଆଡକୁ ଗଲାବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

 

Get real time updates directly on you device, subscribe now.