fbpx

ବାଣ ବିସ୍ଫୋରଣରେ ଚାଲିଗଲା ୨ ନିରୀହ ଶିଶୁଙ୍କ ଜୀବନ

କାମାକ୍ଷାନଗର, ୬ା୫(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସ୍ଥିତ ତୁମୁସିଙ୍ଗା ଥାନା ଅର୍ନ୍ତଗତ ସୋଗର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୋଗର ଗ୍ରାମର କାମାକ୍ଷାନଗରରେ ଅଗ୍ନିକାଣ୍ଡ ଘଟି ବାଣ ବିସ୍ପୋରଣ ଘଟିଛି । ସେଠାରେ ବାଣ ବିସ୍ପୋରଣ ଘଟି ଛାତ ଭୁଶୁଡ଼ି ଦୁଇ ନିରୀହ ଶିଶୁଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଦୁଇ ଶିଶୁଙ୍କ ବୟସ ୬ ଓ ୮ବର୍ଷ । ଉଲ୍ଲେଖଯୋଗ୍ୟ ଯେ ବାଣ ବିସ୍ଫୋରଣରେ ୩ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତିନି ଶିଶୁଙ୍କ ମଧ୍ୟରୁ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହାସହ କାମାକ୍ଷନଗର ଦମକଳ ବାହିନୀ ବିସ୍ଫୋରଣ ଘଟିଥିବା ସ୍ଥାନରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଏହାସହ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.