fbpx

ଆଉ ୨ ଦିନ ଥରାଇବ ଶୀତ

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଆଉ ୨ ଦିନ ଯାଏ ଜାରି ରହିବ ଶୀତର ଲହରି । ଏନେଇ ୧୩ଟି ଜିଲ୍ଲାକୁ ଶୀତ ଲହରି ସତର୍କତା ଜାରି କଲା ପାଣିପାଗ ବିଭାଗ । ଜାନୁଆରି ୨ରେ ଉତ୍ତର ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୬ଟି ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସେହି ୬ଟି ଜିଲ୍ଲା ହେଉଛି- ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଖୋର୍ଦ୍ଧା, ସୋନପୁର ଓ ବୌଦ୍ଧ ।

ତେବେ ଆଜି ସବୁଠୁ ନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସହ ଶୀତଳ ସହର ହେଉଛି ସୋନପୁର । ୧୦ଡିଗ୍ରୀ ତଳେ ରାଜ୍ୟର ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ରହିଛି । ଅନୁଗୁଳ ୪.୬, ଫୁଲବାଣୀ ୫, ଦାରିଙ୍ଗବାଡ଼ି ୫.୫ଡିଗ୍ରୀ, ଟିଟଲାଗଡ଼୬.୧, ଭବାନୀପାଟଣା ୬.୫, କେନ୍ଦୁଝର ୬.୬ଡିଗ୍ରୀ, ଝାରସୁଗୁଡ଼ା ୭.୩, ସମ୍ବଲପୁର ୬.୪ ଡିଗ୍ରୀ, ବଲାଙ୍ଗିର ୮, ବାଲେଶ୍ୱର ୮.୬, କଟକ ୮.୮, ସୁନ୍ଦରଗଡ଼ ଓ ବାରିପଦା ୯, କୋରାପୁଟ୯.୬ ଡିଗ୍ରୀ ସେଲସିୟସ ରହିଛି ।

Get real time updates directly on you device, subscribe now.