fbpx
BJD
BJD SKY
BJD SKY

ଆଜିଠୁ +୨ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହୋଇଛି +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଉଛନ୍ତି । ତେବେ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ www.samsodisha.gov.in ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

+୨ ନାମଲେଖା ଆବେଦନ ପାଇଁ ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍‌ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତଦୁଇ ଆଡମିଶନ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ ଉପଲବ୍ଧ ହୋଇଛି । କଳାରେ ୩୮ ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଥିଲା । ସେହିଭଳି ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିଲା । ଏହାପରେ ମୋଟ ସିଟ୍ ସଂଖ୍ୟା ୪୦ଲକ୍ଷ ୯୮ ହଜାର ୨୫୪କୁ ପହଞ୍ଚିଥିଲା ।ପୂର୍ବ ଅପେକ୍ଷା ଚଳିତଥର ଅଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିଛନ୍ତି । ତେବେ ଯୁକ୍ତଦୁଇରେ ସିଟ ସମସ୍ୟା ଉପୁଜିଲେ ଆବଶ୍ୟକ ସ୍ଥଳେ ସିଟ୍‌ ବଢାଯିବ ।ଅନ୍ୟପଟେ ଦଶମ CBSE ଏବଂ ICSE ରେଜଲ୍ଟ ବାହାରିନଥିବାରୁ ଆବଶ୍ୟକ ସ୍ଥଳେ ଆଡ଼ମିଶନ ଲାଗି ଆବେଦନ ତାରିଖ ଘୁଞ୍ଚିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଏହାସହ ସାଧାରଣ ବର୍ଗଙ୍କ ପାଇଁ ୨୦୦ ଟଙ୍କା ରହିଥିବା ବେଳେ ଏସଟି/ ଏସସି ମାନଙ୍କ ପାଇଁ ୧୦୦ ଟଙ୍କା ଫର୍ମ ଧାର୍ୟ୍ୟ କରାଯାଇଛି । ତେବେ ଏହି ନାମ ଲେଖିବା ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୦ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ନାମ ଲେଖା ପାଇଁ କରିବେ ଆବେଦନ । ଅଗଷ୍ଟ ୧୭ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ଅଗଷ୍ଟ ୧୯ ତାରିଖ ରୁ ଅଗଷ୍ଟ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ହେବ ପ୍ରଥମ ପର୍ୟ୍ୟାୟର ନାମଲେଖା ରହିଛି । ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ମେରିଟ ଲିଷ୍ଟ । ସେପ୍ଟେମ୍ବର ୫ ରୁ ୭ ତାରିଖ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା କରାଯିବ। ସେପ୍ଟେମ୍ବର ୧୩ରୁ ୧୫ ତାରିଖ ପର୍ୟ୍ୟନ୍ତ ଯେଉଁମାନେ ନାମଲେଖାରୁ ବଞ୍ଚିତ ହୋଇଥିବେ ସେମାନଙ୍କର ସ୍ପଟ୍ ଆଡ଼ମିଶନ ପାଇଁ ପ୍ରକାଶ ପାଇଁ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର ୧୫ରୁ ସେପ୍ଟେମ୍ବର ୧୬ ତାରିଖ ପର୍ୟ୍ୟନ୍ତ ସ୍ପଟ୍ ଆଡ଼ମିଶନ କରାଯିବ । ଏବଂ ୧୭ ତାରିଖରେ ସମସ୍ତ ତାଲିକା ସାମସ ପୋର୍ଟାଲରେ ଅପଲୋଡ କରାଯିବ ।

Get real time updates directly on you device, subscribe now.