fbpx
BSKY
BJD MC SKY
BJD MS SKY

ଟିକିଏ ଏପଟ ସେପଟ ହେଲେ ଚାଲିଯିବ ଜୀବନ: ଦେଖନ୍ତୁ କିଭଳି ରେଳ ଲାଇନ ଅତିକ୍ରମ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ଟିକିଏ ସମୟ ଏପଟ ସେପଟ ହୋଇଥିଲେ ଜୀବନଟା ଚାଲି ଯାଇଥାନ୍ତା । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ କିଛି ଲୋକ ରେଲୱେ ଟ୍ରାକ କ୍ରସ କରୁଥିବାର ଦେଖାଯାଇଛି । ତେବେ ଏହି ସମୟରେ ପଛରୁ ଏକ ଟ୍ରେନ ଆସିବାର ଦେଖି ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ଏପଟସେପଟ ହେଉଥିବା ଲୋକେ । ତେବେ ଏହି ସମୟରେ ଟ୍ରେନ ଖୁବ ପାଖରେ ଅତିକ୍ରମ କରିବାରୁ ଅଳ୍ପକେ ସମସ୍ତ ଲୋକେ ବର୍ତ୍ତି ଯାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଏଥିରେ ମଜାଦାର କମେଣ୍ଟ ଦେଇଛନ୍ତି ।

ଗବର ସିଂହ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଏହି ଭିଡିଓରେ ଲୋକମାନଙ୍କ ପାଗଳାମିର ଏକ ନମୁନା ଦେଖିବାକୁ ମିଳିଛି । ରେଲୱେ ଟ୍ରାକ କରୁଥିବା ଏହି ଲୋକମାନଙ୍କୁ ନେଇ ଅନେକ ଲୋକ ଚିନ୍ତା ଜାହିର କରିଛନ୍ତି । ପଛରୁ ଟ୍ରେନ ଆସୁଥିବା ବେଳେ ଏହାକୁ ଖାତିର ନ କରି ବାରମ୍ବାର ଏପଟ ସେପଟ ହେବା ମୃତ୍ୟୁକୁ ହାତଠାରି ଡାକିବା ସହ ସମାନ । ଏହି ଭିଡିଓରେ ମଧ୍ୟ ଠିକ ସେମିତି କିଛି ଘଟଣା ଘଟିଛି ।

ୟୁଜର ଏହି ଭିଡିଓର କ୍ୟାପ୍ସନ ଲେଖିଛନ୍ତି ଯେ, ରିକ୍ସାର ୨୦ ଟଙ୍କା ବଞ୍ଚାଉଥିବା ଭାରତ । ଏହି ଭିଡିଓରେ ଅନେକ ଲୋକ ମଜାଦାର କମେଣ୍ଟ କରିଛନ୍ତି । ଅନେକ ଲୋକ ଏହାକୁ ପାଗଳାମି କହିଥିବା ବେଳେ କିଛି ଲୋକ ଟ୍ରାକ କ୍ରସ କରୁଥିବା ଲୋକମାନଙ୍କୁ ନେଇ ଚିନ୍ତା ଜାହିର କରିଛନ୍ତି । ଜଣେ ୟୁଜର କହିଛନ୍ତି ଯେ, ମୁଁ ଏଥିପାଇଁ ଭାରତୀୟମାନଙ୍କୁ ପସନ୍ଦ କରେ । ତେବେ ଭିଡିଓ ଦେଖି ସାରିବା ପରେ କିଛି ୟୁଜର ଏପରି ନ କରିବା ପାଇଁ ଅନ୍ୟମାନଙ୍କୁ ସତର୍କ କରାଇଛନ୍ତି ।

Get real time updates directly on you device, subscribe now.