fbpx

ଫେବୃଆରୀ ୧୫ ରୁ ହେବ ଯୁକ୍ତ ୨ ପରୀକ୍ଷା! ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ଓଡିଶା ଭାସ୍କର: ଆସନ୍ତା ଫେବୃଆରୀ ୧୫ ତାରିଖରୁ ଯୁକ୍ତ ୨ ପରୀକ୍ଷା ହୋଇପାରେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ପ୍ରଦାନ କରିଛି । ଫେବୃଆରୀ ୧୫ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୫ ତାରିଖ ମଧ୍ୟରେ ଏହା ଶେଷ ହେବ । ସେପଟେ ଯୁକ୍ତ ୨ ର ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୫ ରୁ ଆରମ୍ଭ ହେବ ବୋଲି ଜଣା ପଡିଛି । ସିଏଚଏସଇ ପରୀକ୍ଷା ନିୟନ୍ତକ ପ୍ରଶାନ୍ତ ପରିଡା ଯୁକ୍ତ ୨ ପରୀକ୍ଷାକୁ ନେଇ ସବିଶେଷ ତଥ୍ୟ ରଖିଛନ୍ତି ।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ନୂଆ ଢାଞ୍ଚାରେ ହେବ । ଯାହା ଛାତ୍ରଛାତ୍ରୀଙ୍କୁ ଆହୁରି ସୁବିଧା ପ୍ରଦାନ କରିବ । ଯୁକ୍ତ ୨ ପରୀକ୍ଷାକୁ ସଠିକ ସମୟରେ ସାରି ଶୀଘ୍ର ଫଳାଫଳ ବାହାର କରିବାକୁ ନେଇ ମଧ୍ୟ ରାଜ୍ୟ ଉଚ୍ଚଷିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ରହିଛନ୍ତି ନୂଆ ଢାଞ୍ଚାକୁ ନେଇ । ସେପଟେ ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଏବେ ଆଲୋଚନା ହେବାରେ ଲାଗିଲାଣି । ନୂଆ ଢାଞ୍ଚାକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ଦେଖିବାକୁ ରହିଲା ଚଳିତବର୍ଷ ରାଜ୍ୟ ସରକାର କେମିତି ଭାବରେ ଓ କେତେ ଦାୟିତ୍ୱତାର ସହ ଏହାକୁ ପରିଚାଳନା କରିବେ ଦେଖିବାକୁ ରହିଲା ।

Get real time updates directly on you device, subscribe now.