fbpx

ଖୁବ୍‌ଶୀଘ୍ର ଘରୋଇକରଣ ହୋଇପାରେ ଦୁଇଟି ସରକାରୀ ବ୍ୟାଙ୍କ, କ୍ୟାବିନେଟ୍ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଘରୋଇକରଣ ହେବ ଦୁଇଟି ସରକାରୀ ବ୍ୟାଙ୍କ୍‌ । ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର, ଯାହା ଚଳିତ ବର୍ଷର ସେପ୍ଟେମ୍ୱର ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସରକାର ବ୍ୟାଙ୍କିଂ ବିନିମୟ ଅଧିନିୟମରେ ସଂଶୋଧନ କରି ପିଏସ୍‌ୟୁ ବ୍ୟାଙ୍କ୍‌ରେ ଥିବା ୨୦ ପ୍ରତିଶତ ବିଦେଶୀ ନିବେଶର ସୀମାକୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି । ବିଶେଷ ସୂତ୍ର ଅନୁସାରେ ଏଥି ମଧ୍ୟରୁ ଦୁଇଟି ସରକାରୀ ବ୍ୟାଙ୍କକୁ ସର୍ଟ ଲିଷ୍ଟେଡ୍‌ କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଦୁଇ ସରକାରୀ ଅଧିକାରୀ ନାମ ଗୁପ୍ତରଖି ଏହି ସୂଚନା ଦେଇଛନ୍ତି । ସୂତ୍ର ମୁତାବିକ ସଂସଦର ବଜେଟ୍‌ ଅଧିବେସନରେ ଏହି ସଂଶୋଧନ ପ୍ରସ୍ତାବ ଆଣିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଏହି ବଡ଼ ଧରଣର ପରିବର୍ତ୍ତନ ପାଇଁ କ୍ୟାବିନେଟ୍‌ର ମଞ୍ଜୁରୀ ଆବଶ୍ୟକ ଥିବାରୁ ଅଧିକ ସମୟ ଲାଗିପାରେ । ଶୀତକାଳୀନ ଅଧିବେଶନ ସୁଦ୍ଧା ଏହି ସଂଶୋଧନ ଆସିପାରେ । ତେବେ ସୂତ୍ର ଅନୁସାରେ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ଖୁବ୍‌ଶୀଘ୍ର ଘରୋଇ କରଣ ହେବାର ସମ୍ଭାବନା ରହିଛି । ଆଗାମୀ ବର୍ଷ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ମଧ୍ୟ ଘରୋଇ କରଣ ହେବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.