fbpx

୮ ମାସର ଶିଶୁର ପେଟରେ ବଢ଼ୁଥିଲା ଆଉ ଏକ ଶିଶୁ: ୪ ଘଣ୍ଟାର ଅପରେସନ ପରେ ୨ କେଜିର ଭ୍ରୁଣକୁ ବାହାର କଲେ ଡାକ୍ତର

ନୂଆଦିଲ୍ଲୀ: ଗୋଟିଏ ୮ ମାସର ଶିଶୁ ପେଟରୁ ଡାକ୍ତର ବାହାର କରିଛନ୍ତି ଏକ ୮ ମାସର ଭ୍ରୁଣ । ଶିଶୁର ପେଟରେ ଯନ୍ତ୍ରଣା ହେବାରୁ ତା’ର କାରଣ ଜାଣିବା ପାଇଁ ସିଟି ସ୍କାନ କରାଯାଇଥିଲା । ଏହାପରେ ରିପୋର୍ଟ ସାମ୍ନାକୁ ଆସିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ଶିଶୁଟିର ପେଟ ବହୁତ ଫୁଲିବା ସହିତ ସେ ବହୁତ କଷ୍ଟ ଅନୁଭବ କରୁଥିଲା ।

ତେବେ ଶିଶୁର ପେଟରେ ଆଉ ଏକ ଭ୍ରୁଣ ରହିଥିଲା । ଉକ୍ତ ଭ୍ରୁଣର ମୁଣ୍ଡ, କେଶ ସମେତ ଦୁଇ ହାତ ଓ ପାଦ ତିଆରି ହୋଇଯାଇଥିଲା । ତେବେ ଶିଶୁର ଗର୍ଭରେ ବଢ଼ୁଥିବା ଶିଶୁଟି ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରିନଥିଲା । ଆଠ ମାସର ଏକ ଶିଶୁର ପେଟରୁ ଆଠ ମାସର ଏକ ଭ୍ରୁଣ ମିଳିବା ଘଟଣାକୁ ନେଇ ସମସ୍ତେ ତାଜୁବ୍ ହୋଇଯାଇଥିଲେ । ପ୍ରୟାଗରାଜର ସରୋଜିନୀ ନାଇଡ଼ୁ ଶିଶୁ ରୋଗ ହସ୍ପିଟାଲକୁ ୮ ମାସର ଶିଶୁକୁ ଅଣାଯାଇଥିଲା ।

ଘଟଣା ବିଷୟରେ ଜାଣିବା ପରେ ଡାକ୍ତରମାନେ ତ୍ୱରିତ ଭାବେ ଶିଶୁର ଅପରେସନ କରିବାକୁ ନିଷ୍ପତ୍ତି ନେଇଥିଲେ । ପାଖାପାଖି ୪ ଘଣ୍ଟାର ଅପରେସନ ପରେ ଶିଶୁ ପେଟରୁ ଭ୍ରୁଣକୁ ବାହାର କରିଥିଲେ ଡାକ୍ତର । ଡାକ୍ତର ମୃତ ଭ୍ରୁଣକୁ ପାଥୋଲୋଜି ବିଭାଗକୁ ପଠାଇ ଦେଇଥିଲେ । ତେବେ ଅପରେସନ ପରେ ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଏପରି କେବଳ ୨୦୦ଟି ମାମଲା ଦେଖିବାକୁ ମିଳିଥିବା ବେଳେ ଏହା ଏକ ଦୁର୍ଲ୍ଲଭ ମାମଲା ଥିଲା । ମେଡିକାଲ ଜୀବନରେ ସେ ପ୍ରଥମ ଥର ପାଇଁ ଏପରି ସର୍ଜରୀ କରିଥିବା ଅପରେସନ କରିଥିବା ଡାକ୍ତର କହିଥିଲେ ।

Get real time updates directly on you device, subscribe now.