fbpx

Air Pollutionର ଭୟଙ୍କର ଦୃଶ୍ୟ: ୨ ଲକ୍ଷ ଲୋକ ମେଡିକାଲରେ ଭର୍ତ୍ତି, ୧୩ ଲକ୍ଷରୁ ଅଧିକ ଅସୁସ୍ଥ

ବ୍ୟାଙ୍କକ: ଏହି ସପ୍ତାହରେ ଥାଇଲାଣ୍ଡରେ ଦେଖିବାକୁ ମିଳିଛି ବାୟୁ ପ୍ରଦୂଷଣର ଏକ ଭୟାନକ ରୂପ । ମଣିଷର ଶ୍ୱାସକ୍ରିୟା ବି ଏଠାରେ ଖୁବ ବଡ ବିପଦ ସୃଷ୍ଟି କରୁଛି । ଦେଶର ପ୍ରାୟ ୨ ଲକ୍ଷ ଲୋକ ଏହାର ଶିକାର ହୋଇ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ତେଣୁ ସହରର ଅଧିକାଂଶ ଲୋକ ବାହାରକୁ ନ ବାହାରି ଘରେ ରହିବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି । ତେବେ କଳକାରଖାନା ଏବଂ ଯାନବାହନରୁ ନିର୍ଗତ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ତେବେ ବ୍ୟାଙ୍କକ ସହରରେ ବାୟୁ ପ୍ରଦୂଷଣ ଭୟାନକ ସ୍ତରରେ ପହଞ୍ଚିଛି ।

ତେବେ ଏଭଳି ସ୍ଥିତିକୁ ନଜରରେ ରଖି ପିଲା ଏବଂ ବୟସ୍କ ଲୋକମାନଙ୍କ ସହ ଗର୍ଭବତୀ ମହିଳାଙ୍କୁ ଘର ଭିତରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛନ୍ତି । ତେବେ ଦୁନିଆର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିବେଚିତ ଏହି ସ୍ଥାନରେ ପ୍ରାୟ ୧୧ ମିଲିୟନ ଲୋକ ବସବାସ କରନ୍ତି । କଳକାରଖାନା ଏବଂ ଯାନବାହନରୁ ନିର୍ଗତ ଧୂଆଁ ସାରା ବ୍ୟାଙ୍କକକୁ ବିଷାକ୍ତ ଧୂଆଁର ଚାଦର ତଳେ ଢାଙ୍କି ଦେଇଛି । ମନ୍ତ୍ରାଳୟ ଅନୁସାରେ, ବାୟୁ ପ୍ରଦୂଷଣର ପରିଣାମ ସ୍ୱରୂପ ବର୍ଷର ଆରମ୍ଭରୁ ରାଜ୍ୟରେ ୧.୩ ମିଲିୟନରୁ ଅଧିକ ଲୋକ ଅସୁସ୍ଥ ହୋଇତିବା ବେଳେ ପ୍ରାୟ ୨ ଲକ୍ଷ ଲୋକ ଏହି ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛନ୍ତି । ମନ୍ତ୍ରାଳୟ ତରଫରୁ ଡ. କ୍ରିୟାଙ୍ଗକ୍ରାଇ ନମଥାଇସୋଙ୍ଗ କହିଛନ୍ତି ଯେ, ବାହାରକୁ ବାହାରିବା ସମୟରେ ସମସ୍ତ ବ୍ୟକ୍ତିଙ୍କୁ ଉଚ୍ଚ ଗୁଣାବତ୍ତା ଥିବା ଏନ୯୫ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ ଅପିଲ କରିଛନ୍ତି ।

ଗବର୍ଷ ସହରରେ ପରିବେଶରେ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବ୍ୟାଙ୍କକର ନବନିର୍ବାଚିତ ଗଭର୍ଣ୍ଣର ଚାଡଚାର୍ଟ ସିଟ୍ଟିପୁଣ୍ଟ । ତେବେ ବର୍ତ୍ତମାନ ତାଙ୍କର ମୁଖପାତ୍ର କହିଛନ୍ତି ଯେ, ସ୍ଥିତି ଯଦି ଆହୁରି ଗମ୍ଭୀର ହୁଏ, ତେବେ ସେ ଏଭଳି ଆଉ ଏକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ପଛଘୁଞ୍ଚା ଦେବେ ନାହିଁ । ସହର ଦ୍ୱାରା ସଞ୍ଚାଳିତ ନର୍ସରୀ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଏୟାର ପ୍ୟୁରିଫାୟର ଏବଂ ‘ନୋ ଡଷ୍ଟ ରୁମ୍’ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁଯାୟୀ, ବ୍ୟାଙ୍କକର ୫୦ ଜିଲ୍ଲାରେ ବୁଧବାର ସବୁଠାରୁ ଭୟଙ୍କର ପିଏମ୨.୫ ସ୍ତର ରେକର୍ଡ ହୋଇଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅପେକ୍ଷା ଖୁବ ଅଧିକ ରହିଛି । ତେଣୁ ଏଠାରେ ଲୋମାଡ଼ଙ୍କୁ ଶ୍ୱାସକ୍ରିୟା ମଧ୍ୟ ବିପଦ ଆଡକୁ ଟାଣି ନେଉଛି ।

Get real time updates directly on you device, subscribe now.