fbpx
BJD
BJD SKY
BJD SKY

ପ୍ରତିଶୋଧ ପାଇଁ ୨୫୦ କୁକୁରଙ୍କୁ ହତ୍ୟା: ମହାରାଷ୍ଟ୍ରରୁ ଧରାପଡିଲେ ଦୁଇ ମାଙ୍କଡ

ମୁମ୍ବାଇ: କୁକୁର-ମାଙ୍କଡ ଗ୍ୟାଙ୍ଗୱାରରେ ୨୫୦ କୁକୁରଙ୍କୁ ହତ୍ୟା କରିଥିବା ମାଙ୍କଡକୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି । ନାଗପୁର ବନ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅପରେସନରେ ଏହି ଦୁଇ ମାଙ୍କଡଙ୍କୁ ଧରାଯାଇଛି । ବିଡର ଜଙ୍ଗଲ ଅଧିକାରୀ ସଚିନ କାଣ୍ଡ ଏହି ଦୁଇ ମାଙ୍କଡଙ୍କୁ ଧରା ଯାଇଥିବା ନେଇ ସୂଚନା ଦେଇଛନ୍ତି । ଏହି ଦୁଇ ମାଙ୍କଡଙ୍କୁ ବର୍ତ୍ତମାନ ନାଗପୁର ନିଆଯାଇଛି । ସେଠାରେ ଏହି ମାଙ୍କଡକୁ ପାଖ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଜଣାପଡିଛି । ଧରୁର ଗ୍ରାମରେ ଦୁଇଟି ମାଙ୍କଡ ସ୍କୁଲ ଯାଉଥିବା ପିଲାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ଆସିବା ପରେ ଦୁଇ ମାଙ୍କଡ ଧରା ପଡିଥିଲେ ।

ମହାରାଷ୍ଟ୍ରର ଲାଭୁଲ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ କୁକୁର ମାନଙ୍କୁ ହତ୍ୟା କରୁଥିଲେ ଏହି ଦୁଇ ମାଙ୍କଡ । ଉକ୍ତ ଅଞ୍ଚଳ କୁକୁର ଶୂନ୍ୟ ହୋଇଯିବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଏପରିକି ମାଙ୍କଡର ଫଟୋ ମଧ୍ୟ ଜାରି କରାଯାଇଥିଲା ।

Get real time updates directly on you device, subscribe now.