fbpx

(ଭିଡିଓ) ପ୍ରମୋଦ ସାହୁଙ୍କ ଘର ଲାଇନ କାଟ: ତପସ୍ୱିନୀଙ୍କ ସମର୍ଥନରେ ତାତିଲେ ସ୍ଥାନୀୟ ଲୋକ

ଗଞ୍ଜାମ: ତପସ୍ୱିନୀ-ଡାକ୍ତର ସୁମିତ୍ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି । ଗୋଟିଏ ପଟେ ତପସ୍ୱିନୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଯଥାସମ୍ଭବ ପ୍ରାୟସ କରୁଥିବାବେଳେ । ଅନ୍ୟପଟେ ସୁମିତ୍ କେଉଁଠାରେ ଅଛନ୍ତି ତାହା କାହାରିକୁ ଜଣାନାହିଁ ।

କୋର୍ଟ ଗେଷ୍ଟହାଉସରେ ରହିବା ପାଇଁ ସମୟ କଣ୍ଟ ପୂରିବା ପରେ ତପସ୍ୱିନୀ ପୁଣି ଶାଶୁଘରେ ସାମ୍ନାରେ ଧାରଣାରେ ବସିଛନ୍ତିଏବଂ ନ୍ୟାୟ ନମିଳିବା ଯାଏଁ ସେଠାରେ ସେହିଠାରେ ହିଁ ବସିରହିବେ ବୋଲି କହିଛନ୍ତି । ସେପଟେ ଏହି ମାମଲାରେ ଧୀରେ ଧୀରେ ତପସ୍ୱିନୀଙ୍କୁ ଜନ ସମର୍ଥନ ମିଳିବାରେ ଲାଗିଛି । ସୋମବାର ମାମଲାର ଶୁଣାଣି ହେବ ।

ରବିବାର ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ତପସ୍ୱିନୀଙ୍କ ନିକଟରେ ପହଞ୍ଚିଥିଲେ । ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ପୁରାଇବାକୁ ଚେଷ୍ଟା କରିଥିଲେ । ତେବେ ପ୍ରମିଳାଙ୍କ ସେମାନଙ୍କୁ ମନା କରିଥିଲେ ଏବଂ ସୋମବାର କୋର୍ଟରେ ଶୁଣାଣିରେ ନ୍ୟାୟ ମିଳିବ ବୋଲି କହିଛନ୍ତି । ତେବେ ଲୋକମାନେ ଏହି ସମୟରେ ପ୍ରମୋଦ ସାହୁଙ୍କ ଘରେ ପସିବାକୁ ଉଦ୍ୟମ କରିବା ସହ ଲାଇନ କାଟିବା ବୋଲି ଦାବି କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.