fbpx

ମହାରାଷ୍ଟ୍ରରେ ବଢ଼ୁଛି ଓମିକ୍ରନ୍, ପୁଣି ୬ ଆକ୍ରାନ୍ତ ଚିହ୍ନଟ: ଦେଶରେ ୧୫୦ ପାର୍

ମୁମ୍ବାଇ: କରୋନା ଭାଇରାସର ନୂଆ ଭାରିଆଣ୍ଟ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭାଇରସ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ମହାରଷ୍ଟ୍ରରେ ଆଉ ୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪ ଛୁଇଁଛି । ଏହାକୁ ମିଶାଇ ଦେଶରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ୧୫୩ ହୋଇଛି ।

୬ ଜଣକ ମଧ୍ୟରୁ ଦୁଇ ଜଣ ଆଫ୍ରିକା ଫେରନ୍ତା, ଜଣେ ତାଞ୍ଜାନିଆ ଫେରନ୍ତା ଏବଂ ଜଣେ ଲଣ୍ଡନ ଫେରନ୍ତା ରହିଥିଲେ । ଏବେ ଅନ୍ୟ ୨ ଜଣ ହେଉଛନ୍ତି ପୁଣେର ଏକ ଦମ୍ପତି ସେମାନେ ନିକଟରେ ୟୁଗାଣ୍ଡାରୁ ଫେରିଥିଲେ । ତେବେ ତାଙ୍କର ୧୩ ବର୍ଷ ଝିଅ କୋଭିଡ ପଜିଟିଭ ହୋଇଥିଲେ ଓମିକ୍ରନ ପଜିଟିଭ ହୋଇନାହାଁନ୍ତି ।

ମହାରାଷ୍ଟ୍ରରେ ଦିନକରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯ ଜଣକର ମୃତ୍ୟୁ ହୋଇଛି । ସେପଟେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ବି ମାରାତ୍ମକ ହେବ ନାହିଁ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି ।

 

Get real time updates directly on you device, subscribe now.