ବଲାଙ୍ଗିର: ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କୁ ହତ୍ୟା । ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେଶନରୁ ମୃତଦେହ ଉଦ୍ଧାର କରାଯାଇଛି । ୨ ମୃତଦେହ ମିଳିବା ନେଇ ସୂଚନା ଦେଇଛି ତାମିଲନାଡୁ ପୋଲିସ ।
ମୃତକ ୨ ଜଣଯାକ ହେଲେ, ହାତୀଶାଲପଡ଼ାର ଉମେଶ ପାଣ୍ଡେ ଏବଂ କୁନୁ ବନଚୁର । ମୃତ୍ୟୁ ସୂଚନା ପାଇବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଉଭୟଙ୍କ ପରିବାର ଲୋକେ ।
ଶନିବାର ସକାଳେ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେଶନ ନିକଟରେ ୨ ଜଣ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଲୋକେ ପୋଲିସକୁ ଏହାର ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ସେମାନଙ୍କ ପରିଚୟ ଖୋଜିଥିଲା ।
ଛାନଭିନରୁ ଦୁଇଜଣଯାକ ମୃତକ ଓଡ଼ିଶାର ବୋଲି ଜଣାପଡ଼ିଥିଲା । ଏହାପରେ ପୋଲିସ ସେମାନଙ୍କ ପରିବାରକୁ ମୃତ୍ୟୁ ନେଇ ସୂଚନା ଦେଇଥିବା କୁହାଯାଉଛି ।