fbpx

ପାଟନା-କୋଟା ଏକ୍ସପ୍ରେସ ଟ୍ରେନରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ, ଜାଣନ୍ତୁ କାରଣ

ଆଗ୍ରା : ବାରାନାସୀରୁ ମଥୁରା ଯାଉଥିବା କୋଟା-ପାଟନା ଏକ୍ସପ୍ରେସରେ ସ୍ୱାସ୍ଥ୍ୟ ଜନିତ କାରଣରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୬ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଆଗ୍ରାର ରେଲୱେ ଅଧିକାରୀଙ୍କୁ ଯାତ୍ରୀମାନଙ୍କ ଅସୁସ୍ଥ ହେବ ନେଇ ଏକ କଲ ଯାଇଥିଲା । ରବିବାର ଏହି ଟ୍ରେନ ଆଗ୍ରା ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା ।

ଆଗ୍ରା ରେଲୱେ ଅଧିକାରୀ କହିଛନ୍ତି ଡାକ୍ତରଙ୍କ ଅନୁସାରେ ଯାତ୍ରୀମାନଙ୍କ ଜୀବନ ଡିହାଇଡ୍ରେସନ ପାଇଁ ଯାଇଛି । ସମସ୍ତ ୯୦ ଯାତ୍ରୀ ଛତିଶଗଡର ରାୟପୁରରୁ କାଶି ଯାଉଥିଲେ । ଏବଂ ସେଠାରୁ ପାଟନା- କୋଟା ଏକ୍ସପ୍ରେସରେ ମଥୁରା ଯାଉଥିଲେ । ରୋଗରେ ଆକ୍ରାନ୍ତ ହୋଇଥିବା ୬ ଯାତ୍ରୀ ମାନଙ୍କୁ ଆଗ୍ରା ରେଲୱେ ହସପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ମଧ୍ୟମ ରେଲୱେ ଆଗ୍ରା ଡିଭିଜନର ଜନସମ୍ପର୍କ ଅଧିକାରୀ ପ୍ରଶାନ୍ତ ଶ୍ରୀବାସ୍ତବ କହିଛନ୍ତି ରେଲୱେ ହେଲ୍ପଲାଇନ ନମ୍ବରରେ ଯାତ୍ରୀ ମାନେ ଅସୁସ୍ଥ ହୋଇଥିବା ଖବର ମିଳିଥିଲା ।

ଏହି ଲୋକମାନେ ସବୁ ବଗିରେ ଯାତ୍ରା କରୁଥିଲେ । କ୍ୟାଣ୍ଟ ରେଲୱେ ଷ୍ଟେସନରେ ଡାକ୍ତର ଜଣେ ୬୨ ବର୍ଷର୍ର ମହିଳା ଏବଂ ୬୫ ବର୍ଷର ପୁରୁଷଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହା ଛଡା ୫ ଜଣ ଅନ୍ୟ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.