fbpx

ଖେଳାଳିଙ୍କ ଉପରେ ବଜ୍ରାଘାତ: ପଡିଆରେ ପ୍ରାଣ ହରାଇଲେ ୨ ଜଣ ପ୍ଲେୟର

Advertisement

ସୁନ୍ଦରଗଡ: ଖେଳ ପଡିଆରେ ପ୍ରାଣ ହରାଇଛନ୍ତି ୨ ଜଣ ପ୍ଲେୟର । ନିଜ ଦଳ ପାଇଁ ଫେଳୁଥିବା ବେଳେ ପଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଛି । ମ୍ୟାଚ ଚାଲିଥିବା ବେଳେ ବଜ୍ରାଘାତର ଶିକାର ହୋଇ ଉଭୟ ଖେଳାଳି ପ୍ରାଣ ହରାଇତିବା ଜାଣିବାକୁ ମିଳିଛି । ଏହା ବ୍ୟତୀତ ୧୦ରୁ ଅଦିକ ଜଣ ଖେଳାଳି ଏହଥିରେ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ନୂଆଗାଁ ବ୍ଲକ କନ୍ଦରକେଲା ବନଲତା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ବଜ୍ରାଘାତରେ ଦୁଇ ଜଣ ଖେଳାଳି ପଡିଆରେ ଲୋଟି ପଡିଛନ୍ତି । ଉଭୟ ଖେଳାଳି ପ୍ରାଣ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ଖେଳାଳି ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଅପଡେଟ ମିଳିପାରିନାହିଁ ।

Get real time updates directly on you device, subscribe now.