fbpx

ଭାରତ ଆଗରେ ୧୭୯ ରନର ଟାର୍ଗେଟ: ସିରାଜଙ୍କ ହାତରେ ୩ ଟି ବଡ ସଫଳତା

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତକୁ ୨୭୯ ରନର ଏକ ଟାର୍ଗେଟ ଦେଇଛି ସାଉଥ ଆଫ୍ରିକା । ରିଜା ହେଣ୍ଡ୍ରିକ୍ସ ଏବଂ ଆଡେନ ମାର୍କରମଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଫ୍ରିକା ଏହି ସ୍କୋରରେ ପହଞ୍ଚିଛି । ୧୨୯ ରନର ଏକ ମୂଲ୍ୟବାନ ଭାଗିଦାରୀରେ ସାଉଥ ଆଫ୍ରିକା ୨୭୯ ରନର ଟାର୍ଗେଟ ଦେବାରେ ସକ୍ଷମ ହୋଇଛି । ତେବେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ ଭାରତ ପାଇଁ ସବୁଠାରୁ ସଫଳ ବୋଲର ପାଲଟିଛନ୍ତି । ମ୍ୟାଚରେ ୩ଟି ୱିକେଟ ନେଇ ବିପକ୍ଷ ଦଳ ପାଇଁ ଚିନ୍ତାର କାରଣ ହୋଇ ଯାଇଛନ୍ତି ମହମ୍ମଦ ସିରାଜ ।

ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ସାଉଥ ଆଫ୍ରିକାର ଅଧିନାୟକ କେଶବ ମହାରାଜ । ତେବେ ପ୍ରଥମରୁ ହିଁ ଟିମ ଇଣ୍ଡିଆର ବୋଲର ଦଳ ଉପରେ ଭାରୀ ହୋଇ ପଡିଥିଲେ । ତୃତୀୟ ଓଭରରେ କ୍ୱିଣ୍ଟନ ଡି କକ୍ ଏବଂ ଦଶମ ଓଭରରେ ଜାନେମନ ମଲାନଙ୍କୁ ଆଉଟ କରି ସାଉଥ ଆଫ୍ରିକା ପାଇଁ ଚିନ୍ତା ବଢାଇ ଦେଇଥିଲେ । କିନ୍ତୁ ଏହାପରେ ରିଜା ହେଣ୍ଡ୍ରିକ୍ସ ଏବଂ ଏଡେନ ମାର୍କରମ ଦଳକୁ ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ୨୯ ରନର ଏକ ମୂଲ୍ୟବାନ ପାର୍ଟନରସିପ କରିଥିଲେ । କିନ୍ତୁ ଏହାପରେ ପୁଣିଥରେ ଭାରତକୁ କମବ୍ୟାକ କରିବାର ସୁଯୋଗ ଦେଇଥିଲେ ମହମ୍ମଦ ସିରାଜ ଏବଂ ୱାଶିଂଂଟନ ସୁନ୍ଦର । ଉଭୟ କେଳାଳିଙ୍କୁ ପାଭିଲିୟନ ପଠାଇ ରନରେଟରେ ବ୍ରେକ ଲଗାଇ ଦେଇଥିଲେ । ତେବେ ଏହି ୱିକେଟ ପରେ କୌଣସି ବଡ ପାର୍ଟନରସିପ କରି ପାରି ନଥିଲା ସାଉଥ ଆଫ୍ରିକା । ଫଳରେ ୩୦୦ ପାର କରିବା ଆଶାରେ ଖେଳୁଥିବା ବେଳେ ସାଉଥ ଆଫ୍ରିକା ମାତ୍ର ୨୭୮ ରନରେ ଅଟକି ଯାଇଛି । ଏବଂ ଭାରତକୁ ମିଳିଛି ୨୭୯ ରନର ଟାର୍ଗେଟ ।

ଏପଟେ ଭାରତୀୟ ବୋଲର ମାନଭ୍କ ମଧ୍ୟରେ ସବୁଠୁ ସଫଳ ବୋଲର ଭାବେ ଉଭା ହୋଇଛନ୍ତି ମହମ୍ମଦ ସିରାଜ । କ୍ୱିଣ୍ଟନ ଡି କକ୍, ରିଜା ହେଣ୍ଡ୍ରିକ୍ସ ଏବଂ ଅଧିନାୟକ କେଶବ ମହାରାଜଙ୍କ ୱିକେଟ ନେଇ ଦଳକୁ ଏକ ବଡ ସ୍କୋରରୁ ବଞ୍ଚାଇ ଦେଇଛନ୍ତି । ତେବେ ତାଙ୍କ ବ୍ୟତୀତ ୱାଶିଂଟନ ସୁନ୍ଦର, ଶେହବାଜ ଅହମଦ, ଶାର୍ଦ୍ଦୁଳ ଠାକୁର ଏବଂ କୁଳଦୀପ ଯାଦବ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । କେବଳ କୌଣସି ସଫଳତା ପାଇବାରେ ଫେଳ ମାରିଛନ୍ତି ଆବେଶ ଖାନ ।

Get real time updates directly on you device, subscribe now.