fbpx

C-DAC ପକ୍ଷରୁ ବାହାରିଲା ୫୩୦ଟି ପଦବୀ, ଆସନ୍ତା ୨୦ ତାରିଖ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ମୋଟ ୫୩୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ପ୍ରାର୍ଥୀମାନେ ପ୍ରୋଜେକ୍ଟ ଆସୋସିଏଟ, ପ୍ରୋଜେକ୍ଟ ଇଞ୍ଜିନିୟର, ସିନିୟର ପ୍ରୋଜେକ୍ଟ ଇଞ୍ଜିନିୟର ଓ ପ୍ରୋଜେକ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇପାରିବେ ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଂ (ସି-ଡିଏସି) ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ସି-ଡିଏସି ଏକ ସାଇଣ୍ଟିଫିକ ସୋସାଇଟି ଭାବେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି ।

ଅକ୍ଟୋବର ୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୨୦ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଇଣ୍ଟରଭ୍ୟୁ ତାରିଖ ପ୍ରାର୍ଥୀଙ୍କୁ ଇ-ମେଲ ଜରିଆରେ ଜଣାଇ ଦିଆଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ / ପିଜି / ପିଏଚ.ଡି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ପଦବୀ ଅନୁଯାୟୀ ୩୦ରୁ ୫୬ ବର୍ଷ ମଧ୍ୟରେ ରହିଛି । ପ୍ରାର୍ଥୀଙ୍କୁ ସର୍ବଭାରତୀୟ ସ୍ତରରେ ବିଭିନ୍ନ ସହରରେ ନିଯୁକ୍ତି ଦିଆଯିବ ।

ନୋଟିଫିକେସନ ଲିଙ୍କ: https://careers.cdac.in/advt-details/CORP-2992022-WTM08

ଅଫିସିଆଲ ୱେବସାଇଟ୍: https://www.cdac.in/

Get real time updates directly on you device, subscribe now.