fbpx

ପାର୍ବଣ ଋତୁରେ ଆସିଲା ଭଲ ଖବର: ୨୪ % ବଢ଼ିଲା ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି ଏବଂ ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ପ୍ରକୃତରେ ସରକାରଙ୍କ ପ୍ରତ୍ୟକ୍ଷ ଟ୍ୟାକ୍ସ ସଂଗ୍ରହ ବଢ଼ିଛି । ଏଥିରେ ବାର୍ଷିକ ଆଧାରରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଏହା ବଢ଼ି ୮.୯୮ ଲକ୍ଷ କୋଟିରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ତରଫରୁ ରବିବାର ଏହି ତଥ୍ୟ ଦିଆଯାଇଛି । ପ୍ରତ୍ୟେକ୍ଷ କର ସଂଗ୍ରହରେ ବୃଦ୍ଧି ଗତ ବର୍ଷ ସମାନ ଅବଧି ତୁଳନାରେ ୨୩.୮ ପ୍ରତିଶତ ଅଧିକ ।

ଅର୍ଥ ମନ୍ତ୍ରାଳୟ ତରଫରୁ ଉପସ୍ଥାପିତ କରାଯାଇଥିବା ତଥ୍ୟରେ ଅନୂଯାୟୀ ସମୁଦାୟ ସଂଗ୍ରହ ବାର୍ଷିକ ଆଧାରରେ ୧୬ ପ୍ରତିଶତ ବଢ଼ି ୭.୪୫ ପ୍ରତିଶତ ଲକ୍ଷ କୋଟି ଟଙ୍କା ରହିଥିଲା । ଏହା ଆର୍ଥିକ ବର୍ଷ ୨୦୨୩ର ବଜେଟ ଅନୁମାନର ପ୍ରାୟ ୫୨ ପ୍ରତିଶତ । ଏହା ବ୍ୟତୀତ ରିଫଣ୍ଡକୁ ସମାୟୋଜିତ କରିବା ପରେ ପ୍ରତ୍ୟକ୍ଷ ସଂଗ୍ରହ ୭.୪୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଏକ ବର୍ଷର ଏହି ଅବଧି ସଂଗ୍ରହଠାରୁ ୧୬.୩ ପ୍ରତିଶତ ଅଧିକ ।

ବିଜନେସ ଟୁଡେର ରିପୋର୍ଟ ଅନୂଯାୟୀ, ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ ଏବେ ପର୍ଯ୍ୟନ୍ତ କର୍ପୋରେଟ୍ ଇନକମ୍ ଟ୍ୟାକ୍ସ ଏବଂ ପର୍ସନାଲ ଇନକମ୍ ଟ୍ୟାକ୍ସରେ କ୍ରମଶଃ ୧୬.୭୩ ପ୍ରତିଶତ ଏବଂ ୩୨.୩୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିଭଳି ରିଫଣ୍ଡରେ ସମାଯୋଜନ ପରେ ସିଆଇଟି କଲେକ୍ସନରେ ୧୬.୨୯ ପ୍ରତିଶତ ଏବଂ ପିଆଇଟିରେ ୧୭.୩୫ ପ୍ରତିଶତ ରହିଛି ।

ରିପୋର୍ଟ ଅନୂଯାୟୀ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ତଥ୍ୟ ଅନୂଯାୟୀ ଏପ୍ରିଲ ୨୦୨୨ ରୁ ୮ ଅକ୍ଟୋବର ୨୦୨୨ ଅବଧି ମଧ୍ୟରେ ସମୁଦାୟ ୧.୫୩ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି । ଯାହା ଗତ ବର୍ଷ ଏହି ଅବଧି ସମୟରେ ଜାରି କରାଯାଇଥିବା ରିଫଣ୍ଡଠାରୁ ୮୧ ପ୍ରତିଶତ ଅଧିକ ।

Get real time updates directly on you device, subscribe now.