fbpx

IPL-2023 କୁ ନେଇ MS Dhoniଙ୍କ ବଡ ବୟାନ: କହିଲେ ଆସନ୍ତା ବର୍ଷ ପୁଣି ଚେନ୍ନାଇ…

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ଆହୁରି ଅନେକ ଦିନ ବାକି ଥିଲେ ବି ଏବେଠୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି ଆଇପିଏଲର ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଆଲୋଚନା ଜାରି ରହିଛି । ଫ୍ରଞ୍ଚାଇଜିକୁ ନେଇ ଏକ ବଡ ଘୋଷଣା କରିଛନ୍ତି ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତାବର୍ଷ ନିଜର ହୋମ ଗ୍ରାଉଣ୍ଡ ଚିପାକ କ୍ରିକେଟ ଷ୍ଟାଡିୟମକୁ ଫେରୁଥିବା ନେଇ ସୂଚନା ଦେେଇଛନ୍ତି ଏମ.ଏସ ଧୋନୀ । ଶେଷ ଥର ପାଇଁ ୨୦୧୯ରେ ଧୋନୀ ଏବଂ ଚେନ୍ନାଇ ଏହି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ।

୨୦୨୦ ମସିହାରେ ଆଇପିଏଲ କରୋନା ଯୋଗୁଁ ୟୁଏଇରେ ଖେଳାଯାଇଥିବା ବେଳେ ୨୦୨୧ର ଦ୍ୱିତୀୟ ଫେଜ ମଧ୍ୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ତେବେ ୨୦୨୨ ମସିହାରେ ମୁମ୍ବାଇ ଏବଂ ପୁଣେରେ ଆଇପିଏଲ ଖେଳାଯାଇଥିଲା ଏବଂ କ୍ୱାଲିଫାୟାର ଏବଂ ଫାଇନାଲ ମ୍ୟାଚ ଅହମ୍ମଦାବାଦ ଓ କୋଲକାତାରେ ଖେଳାଯାଇଛି । କିନ୍ତୁ ୩ ବର୍ଷରୁ ନିଜ ହୋମ ଗ୍ରାଉଣ୍ଡରେ କେଳିବାର କୌଣସି ସୁଯୋଗ ପାଇନି ଚେନ୍ନାଇ । ତେବେ ଆସନ୍ତା ବର୍ଷରୁ ପୁଣି ଥରେ ପୁରୁଣା ଫର୍ମାଟରେ ଫେରୁଛି ଆଇପିଏଲ । ଯାହା ଫଳରେ ପ୍ରତ୍ୟେକ ଟିମ ନିଜ ହୋମ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ ପାଇବେ ।

ନିକଟରେ ଚେନ୍ନାଇର ଏକ ଇଭେଣ୍ଟରେ ପହଞ୍ଚିଥିଲେ ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ଏହି ଇଭେଣ୍ଟ ଜରିଆରେ ଧୋନୀ କହିଛନ୍ତି ଯେ, ଆମେ ଆସନ୍ତାବର୍ଷ ପୁଣି ଥରେ ଚିପାକକୁ ଫେରୁଛୁ । ଏହି ବୟାନକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ଚେନ୍ନାଇ ସୁପର କିଙ୍ଗସ । ଏହାସହିତ ଧୋନୀଙ୍କର ଏକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.