fbpx

କ୍ରେଡିଟ୍ କାର୍ଡରେ EMI କରିବା ପୁର୍ବରୁ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ, ନଚେତ୍ ହୋଇପାରେ ବଡ଼ କ୍ଷତି

ନୁଆଦିଲ୍ଲୀ: ବର୍ତ୍ତମାନ ସମୟରେ ସହର ତଥା ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଖରେ ଡେବିଟ୍ କାର୍ଡ ସହିତ କ୍ରେଡିଟ୍ କାର୍ଡ ରହିଛି। ଯଦି ଆପଣ ଏହାର ବ୍ୟବହାର ଚତୁରତାର ସହିତ କରିବେ ତେବେ ଲାଭରେ ରହିବେ, ଏହା ଆପଣଙ୍କର ଅନେକ କାର୍ଯ୍ୟରେ ଆସିପାରେ। ବେଳେ ବେଳେ ଆମେ ଅନେକ ଜିନିଷ ଇଏମଆଇରେ ନେଇ ଆସିଥାନ୍ତି। ଯାହାର ଇଏମଆଇ ଆମକୁ ଅନେକ ମାସ ପର୍ଯ୍ୟନ୍ତ ଦେବାକୁ ଥାଏ। ତେବେ ଅନେକ ସମୟରେ କିଛି ଜିନିଷ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆଣିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍। ଯାହା ଦ୍ୱାରା ଆପଣ କୌଣିସ ସମସ୍ୟାରେ ପଡିବେ ନାହିଁ।

ଯେତେବେଳେ କୌଣସି ଜିନିଷକୁ ଆମେ ଇଏମଆଇରେ କିଣଥାନ୍ତି। ସେହି ସମୟରେ ଏହାର ମୁଲ୍ୟକୁ କିସ୍ତିରେ ଦେବାକୁ ପଡିଥାଏ। ଏହା ଉପରେ ଆମକୁ ସୁଧ ମଧ୍ୟ ଦେବାକୁ ପଡିଥାଏ। ତେବେ କ୍ରେଡିଟ୍ କାର୍ଡରେ କିଛି ଜିନିଷ କିଣିବା ସୁବିଧାଜନକ କିମ୍ବା ଶସ୍ତା ହୋଥାଏ। କିନ୍ତୁ ଇଏମଆଇ ଚୟନ କରିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ।

ପ୍ରୋସେସିଂ ଫି: କ୍ରେଡିଟ୍ କାର୍ଡରେ ଇଏମଆଇ କରିବା ଦ୍ୱାରା କିଛି ପ୍ରୋସେସି ଫି ଲାଗିଥାଏ। ତେଣୁ ଏହି ପରାମର୍ଷ ଦିଆଯାଏ ଯେ, ଇଏମଆଇ ବିକଳ୍ପ ଚୟନ କରିବା ସମୟରେ ଏଥିପାଇଁ ଲାଗୁଥିବା ଚାର୍ଜ ବିଷୟରେ ଯାଞ୍ଚ କରନ୍ତୁ।

ସୁଧ ହାର: ପ୍ରୋସେସିଂ ଫି ବାଦ୍ କ୍ରେଡିଟ୍ କାର୍ଡରେ ମିଳୁଥିବା ସେବା ଉପରେ ସୁଧ ମଧ୍ୟ ଲାଗିଥାଏ। ତେବେ କିଛି ଇ-କମର୍ସ କମ୍ପାନୀ ଜିରୋ ଇଏମଆଇ ସୁବିଦା ମଧ୍ୟ ପ୍ରଦାନ କରିଥାନ୍ତି। ଯେଉଁଥିରେ କୌଣସି ଅତିରିକ୍ତ ଚାର୍ଜ ଲାଗି ନଥାଏ।

କ୍ରେଡିଟ୍ ବିଲିଙ୍ଗସ୍: କ୍ରେଡିଟ୍ କାର୍ଡରେ କାରବାର ସମୟରେ ଇଏମଆଇ ବଦଳାଇବା ସମୟରେ ସବୁବେଳେ କାର୍ଡରେ ଉପଲବ୍ଧ କ୍ରେଡିଟ୍ ଯାଞ୍ଚ କରନ୍ତୁ। ଯଦି ପର୍ଯ୍ୟାପ୍ତ କ୍ରେଡିଟ୍ ଉପଲବ୍ଧ ନଥାଏ। ତେବେ ଇଏମଆଇ ବାଉନ୍ସ ହୋଇପାରେ।

କୋରକ୍ଲୋଜ ଚାର୍ଜ: ଏଭଳି ସ୍ଥିତିରେ ଆପଣ ଇଏମଆଇ ସହିତ ବାକି ଥିବା ଅର୍ଥ ମଧ୍ୟ ପ୍ରଦାନ କରିଥାନ୍ତି। ଏହା ଉପରେ କିଛି ଚାର୍ଜ ସହିତ ଜିଏସଟି ଲାଗିଥାଏ।

EMI ମିସ୍ କରିବା: ଯଦି ଆପଣ କୌଣସି ଇଏମଆଇ ପେମେଣ୍ଟ କରି ନାହାନ୍ତି ଏବଂ ଏହା ରହିଯାଇଛି। ତେବେ ଏଭଳି ପରିସ୍ଥିରେ ଫିସ୍ ଏବଂ ଅତିରିକ୍ତ ଚାର୍ଜ ମଧ୍ୟ ଲାଗିଥାଏ। ଏହା ସହିତ ପେମେଣ୍ଟ ମିସ୍ କରିବା କାରଣରୁ କ୍ରେଡିଟ୍ ସ୍କୋର ମଧ୍ୟ ପ୍ରଭାବିତ ହୋଇଥାଏ।

Get real time updates directly on you device, subscribe now.