fbpx

ଜେଲ୍‌ରୁ ୨ କଏଦୀ ଫେରାର, ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପକାରାଗାରରୁ ୨ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଫେରାର କଏଦୀ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ । ଉଭୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ ।

ଜେଲ୍‌ର କାନ୍ଥ ଡେଇଁ ଏହି ୨ କଏଦୀ ଫେରାର ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ ପୋଲିସ ଓ ଜେଲ୍ ଅଧିକାରୀ ଘଟଣାର ଛାନଭିନ୍ କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.