fbpx

Netflix ଏବଂ Youtubeକୁ ଟକ୍କର ଦେବେ ଏଲନ ମସ୍କ, ଲଞ୍ଚ୍ କରିବେ ନୂଆ ‘X’ ଟିଭି ଆପ୍‌

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ‘X’ ମେଲ୍ ପରେ ବର୍ତ୍ତମାନ ସେ ଗୁଗୁଲର ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଲନ ମସ୍କ ଖୁବ ଶୀଘ୍ର ସ୍ମାର୍ଟ ଟିଭରେ ନିଜସ୍ୱ ଏକ ଷ୍ଟ୍ରିମିଂ ଆପ୍ ଲଞ୍ଚ୍ କରିବା ନେଇ ଶନିବାର ଘୋଷଣା କରିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଉପଭୋକ୍ତାମାନଙ୍କୁ ବଡ଼ ସ୍କ୍ରିନରେ ଲମ୍ବା ଭିଡ଼ିଓ ଦେଖିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ୟୁଟ୍ୟୁବ ସହ ପ୍ରତିଦ୍ୱନ୍ଦିତା କରିବା ହେଉଛି ‘ଏକ୍ସ’ର ଟିଭି ଆପ୍ ଲଞ୍ଚ୍ କରିବା ପଛରେ ଏଲନ୍ ମସ୍କଙ୍କ ମୂଳ ଉଦ୍ଦେଶ୍ୟ । କେବଳ ଏତିକି ନୁହେଁ ଏହି ନୂଆ ଆପ୍ ୟୁଟ୍ୟବରେ ଟିଭି ଆପ୍ ଭଳି ଦେଖାଯାଏ । DogeDesigner ନାମକ ଏକ ‘ଏକ୍ସ’ ୟୁଜର ନିଜ ପୋଷ୍ଟରେ ଲେଖିଥିଲେ, ‘ଆପଣ ଖୁବ ଶୀଘ୍ର ନିଜ ସ୍ମାର୍ଟ ଟିଭିରେ ଆପଣଙ୍କ ପ୍ରିୟ ‘X’ ଲଙ୍ଗ୍ ଫର୍ମ ଭିଡ଼ିଓ ଦେଖିପାରିବେ ।’ ଏହା ଉତ୍ତରରେ ମସ୍କ ‘କମିଙ୍ଗ୍ ସୁନ୍‌’ ଲେଖି ସ୍ପଷ୍ଟ କରିଛନ୍ତି । କହିରଖୁଛୁ ଶୁକ୍ରବାର ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ Articles ଫିଚର ଉପସ୍ଥାପନ କରିଥିଲେ । ଏହି ନୂତନ ଫିଚର ମାଧ୍ୟମରେ ୟୁଜର ଷ୍ଟାଇଲିଶ୍ ଟେକ୍ସ୍ଟ, ଏମ୍ବେଡେଡ୍ ଇମେଜ୍ ଏବଂ ଭିଡ଼ିଓ ସହ ଆର୍ଟିକିଲ ପୋଷ୍ଟ କରିପାରିବେ । ଏହି ସୁବିଧା କେବଳ ପ୍ରିମିୟମ ୟୁଜର ଏବଂ ‘ଏକ୍ସ’ ଆପ୍ ପାଇଁ ସେବା ପ୍ରଦାନ କରୁଥିବା ପେମେଣ୍ଟ କମ୍ପାନୀ ପାଇଁ ଉପଲବ୍ଧ ।

Get real time updates directly on you device, subscribe now.