fbpx

Big Breaking… ୧୫ ଦିନ ସାମୟିକ ଛୁଟିକୁ ମଞ୍ଜୁରୀ: ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀଙ୍କୁ ବାର୍ଷିକ ୧୫ ଦିନର ସାମୟିକ ଛୁଟିକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ମହିଳାମାନଙ୍କୁ ପ୍ରସୂତୀ ପାଇଁ ମଧ୍ୟ ଛୁଟି ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଛୁଟି ପାଇଁ ସେମାନଙ୍କ ଦରମାରେ କାଟ୍ କରାଯିବ ନାହିଁ । ମହିଳାମାନଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପରେ ରାଜ୍ୟର ପ୍ରାୟ ୩୩ ହଜାର ୪୨୦ ଜଣ ଶିକ୍ଷାନୁଷ୍ଠାନ କର୍ମଚାରୀ ଉପକୃତ ହୋଇପାରିବେ । ସେହିପରି ସରକାରଙ୍କ ଏହି ପ୍ରୟାସର ଅନ୍ତର୍ଭୁକ୍ତ ହୋଇପାରିବେ ରାଜ୍ୟର ୨,୫୬୦ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଏବଂ ୯୪୦ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଏହାସହିତ ୩୯ ସଂସ୍କୃତ ଟୋଲ୍ ଏବଂ ୧୩୮ ମଦ୍ରାସାରେ କାର୍ଯ୍ୟରତ କର୍ମଚାରୀ ସରକାରଙ୍କ ଏହି ପଦକ୍ଷେପରେ ବିଶେଷ ଭାବରେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.