fbpx

(Video) ୨ ଦିନ ପର୍ଯ୍ୟନ୍ତ ମିଳିବନି ପେଟ୍ରୋଲ-ଡିଜେଲ: ଏବେ ହିଁ ଭରି ନିଅନ୍ତୁ ଗାଡ଼ିର ଟ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆସୋସିଏସନ୍ ପକ୍ଷରୁ ହଡ଼ତାଳ ଆରମ୍ଭ ହୋଇଯାଇଛି । ଯାହା ଫଳରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ଏବଂ ଗାଡ଼ି ଚାଳକ ପେଟ୍ରୋଲ ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ହଡ଼ତାଳ ସମୟରେ ଲୋକେ ପେଟ୍ରୋଲ-ଡିଜେଲ ଆଦି ଇନ୍ଧନର କିଣାବିକା କରିପାରିବେ ନାହିଁ । ତେବେ ରାଜସ୍ଥାନରେ ଏହି ହଡ଼ତାଳ ଆରମ୍ଭ କରିଛନ୍ତି ରାଜ୍ୟ ପେଟ୍ରୋଲ ପମ୍ପ ଆସୋସିଏସନ୍ । ତେବେ ଭ୍ୟାଲୁ ଆଡେଡ ଟାକ୍ସ(VAT) ମୂଲ୍ୟ କମ୍ କରିବା ଦାବି ନେଇ ଆସୋସିଏସନ୍ ପକ୍ଷରୁ ଏହି ହଡ଼ତାଳ କରାଯାଉଛି ।

ଆଜି(ମାର୍ଚ୍ଚ ୧୦ ତାରିଖ) ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏହି ଷ୍ଟ୍ରାଇକ ୧୨ ମାର୍ଚ୍ଚ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ରାଜ୍ୟର ମୋଟ ୬୮୨୭ ପେଟ୍ରୋଲ ପମ୍ପ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଆସୋସିଏନର ଅଧ୍ୟକ୍ଷ ରାଜେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଟ୍ କମ୍ କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାପରେ ମଧ୍ୟ ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲରେ ଭାଟ୍ କମ୍ କରିନାହିଁ । ଏହାବ୍ୟତୀତ ତୈଳ କମ୍ପାନୀ ମଧ୍ୟ ଡିଲର କମିଶନରେ ବୃଦ୍ଧି କରି ନଥିବା ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ପେଟ୍ରୋଲ ପମ୍ପ ଆସୋସିଏସନ୍ ଅଧ୍ୟକ୍ଷ ରାଜେନ୍ଦ୍ର ।

ତେବେ ଏ ନେଇ ମାର୍ଚ୍ଚ ୮ ତାରିଖରେ ରାଜସ୍ଥାନ ପେଟ୍ରୋଲ ଡିଲର୍ସ ଆସୋସିଏସନ୍ ଏକ ବୈଠକ କରିଥିଲା । ଏଥିରେ ପ୍ରତ୍ୟେକ ଜିଲ୍ଲାର ଅଧ୍ୟକ୍ଷ, ସଚିବ ଏବଂ ଆରପିଡିଏ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଥିଲେ । ପେଟ୍ରାଲ -ଡିଜେଲରେ ଭାଟ୍ କମ୍ ନ କରିବା, ତୈଳ କମ୍ପାନୀ ଦ୍ୱାରା ଗତ ୭ ବର୍ଷରୁ ଡିଲର କମିଶନ୍ ବୃଦ୍ଧି ନ କରିବା ପ୍ରସଙ୍ଗ ସହ ଲ୍ୟୁବ ଅଏଲ ଏବଂ ଜବରଦସ୍ତି ପ୍ରିମିୟମ ପ୍ରଡକ୍ଟ ଆଦାୟ କରିବା ମାମଲାକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ରାଜ୍ୟରେ ୨ ଦିନ ଷ୍ଟ୍ରାଇକ୍ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଆଜିଠାରୁ ଏହି ଷ୍ଟ୍ରାଇକ୍ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.