fbpx

ଜୁନ୍ ୭ ସୁଦ୍ଧା +୨ ରେଜଲ୍ଟ

Advertisement

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଏପ୍ରିଲ ମାସ ପ୍ରଥମ ସପ୍ତାହରୁ +୨ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଖାତାଦେଖାରେ ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ମେ ମାସ ଶେଷ ସୁଦ୍ଧା +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ । ସେହିପରି ଜୁନ୍ ୭ ସୁଦ୍ଧା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ । ଶୃଙ୍ଖଳିତ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ରରେ ଲଗାଯାଇଛି ସିସିଟିଭି କ୍ୟାମେରା । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Get real time updates directly on you device, subscribe now.