fbpx
BJD
BJD SKY
BJD SKY

ମାଗଣାରେ ବୋରୱେଲ୍‌ ଖୋଳାଇ ଦେବା କହି ବ୍ୟାଙ୍କ ଆକାଉଣ୍ଟୁରୁ ଟଙ୍କା ଖୋଳ କରୁଥିଲେ ଠକ, ୨ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ

BJD

ନୂଆପଡା (ଭାସ୍କର ନ୍ୟୁଜ୍‌) :କାଳିଆ ଯୋଜନାରେ ସାମିଲ ଓ ବୋରୱେଲ୍‌ ଖୋଳାଇ ଦେବା ପାଇଁ ସନବାହାଲି ଗାଁର ୩ଜଣ ଲୋକଙ୍କ ଠାରୁ ରେଜିଷ୍ଟ୍ରେସନ ବାବଦକୁ ୨୦୦ ଟଙ୍କା ନେଇଥିଲେ ଦୁଇ ଅଭିଯୁକ୍ତ ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ । ଏ ଦୁଇ ଅଭିଯୁକ୍ତ ଚାନ୍ଦୋପଲା ଅଞ୍ଚଳର । ଉଭୟ ସନବାହାଲି ଗାଁର ରାଧେ ଅହିର, ତେଜରାମ ଅହିର , ଓ ନାରାୟଣ ଅହିର ଏ ତିନି ଜଣଙ୍କଠାରୁ ଫିଙ୍ଗରପ୍ରିଣ୍ଟ ନେଇ ୫ଥରରେ ୧୦ହଜାର ଲେଖାଏଁ ୫୦ହଜାର ଟଙ୍କା ଠକି ନେଇଥିଲେ । ସନବାହାଲି ଗାଁର ଏହି ୩ ଜଣ ଲୋକଙ୍କୁ ବୋରୱେଲ ପଇସା ପଡ଼ିବ ଫିଙ୍ଗରପ୍ରିଣ୍ଟ ଦିଅନ୍ତୁ, କାଲି ପଡ଼ିବ ଦିଅନ୍ତୁ ବୋଲି ୫ଥରରେ ୫୦ହଜାର ଠକି ନେଇଥିଲେ ।

ତେବେ ଶନିବାର ପଇସା ଚେକ୍‌ କରିବାକୁ ଯାଇ ଦେଖିଲା ବେଳକୁ ୫୦ହଜାର ଟଙ୍କା ଖାତାରେ ନ ଥିଲା । ୧୦ହଜାର ଲେଖାଏଁ ୫ଥର ଉଠେଇ ନେଇଥିଲେ ଦୁଇ ଜଣ ଠକ ଅରୁଣ ଓ କୃପାସିନ୍ଧୁ । ଗାଁ ଲୋକେ ଦୁଇ ଜଣ ଠକଙ୍କୁ କୌଣସି ଉପାୟରେ ଫୋନ କରି ଗାଁକୁ ଡାକିଲେ ଆଉ ପଚାରିବା ବେଳକୁ ଖସି ଯିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଧରିବାକୁ ଗଲାବେଳକୁ ଠକ ମାନେ ପଛପଟୁ ପଞ୍ଜା ବାହାର କରି ମରାମରି ଆରମ୍ଭ କରିଥିଲେ । ସେ ସମୟରେ ଗାଁ ଲୋକ ଆସି ଠକ ମାନଙ୍କୁ ନିର୍ଦ୍ଧୁମ ମାଡ଼ ଦେଇ କୋମନା ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ଦୁଇ ଜଣ ବ୍ୟକ୍ତିକୁ ଉଦ୍ଧାର କରିଥିଲା ଓ ଜଣକୁ ଡାକ୍ତର ପଠାଇ ଥିଲା ଓ ଅନ୍ୟ ଜଣକୁ ଗିରଫ କରି ଥାନାକୁ ନେଇଥିଲେ ।

Get real time updates directly on you device, subscribe now.