fbpx
BJD
BJD SKY
BJD SKY

ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ଚଢ଼ାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ୮ କୃଷକଙ୍କ ମୃତ୍ୟୁ

BJD

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର କେନ୍ଦ୍ର ସାରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଫଳରେ ଘଟଣାସ୍ଥଳରେ ୮ଜଣ କୃଷକଙ୍କର ମୃତ୍ୟୁ ଘଟିଛି ଓ ଏକାଧିକ ଆହତ ହୋଇଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି ।

ଘଟଣାର ବିବରଣୀରୁ ପ୍ରକାଶ, ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ତାଙ୍କ ଗାଡ଼ିରେ ଯାଉଥିବା ବେଳେ ସେଠାରେ ଆନ୍ଦୋଳନରତ କୃଷକମାନେ ତାଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଆଶିଷ ଚାଷୀଙ୍କ ଉପରେ ତାଙ୍କ କାର ଚଢ଼ାଇ ଦେଇଥିଲେ । ଅନ୍ୟପକ୍ଷରେ ଭାରତୀୟ କିଷାନ ୟୁନିଅନ (ବିକେୟୁ) ଦାବି କରିଛି ଯେ ଏହି ଘଟଣାରେ ଦୁଇଜଣ ନୁହଁନ୍ତି ବରଂ ତିନିଜଣ କୃଷକ ପ୍ରାଣ ହରାଇଛନ୍ତି । ପରବର୍ତ୍ତୀ ସମୟରେ ଏହି ଘଟଣାରେ ଉତ୍ତେଜିତ କୃଷକମାନେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ଗାଡ଼ି ସମେତ ତିନିଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଚାଷୀମାନେ ଏବେବି ବିରୋଧ ଜାରି ରଖିଥିବାବେଳେ ଟିକୁନିଆରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉପ ପୋଲିସ୍‌ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କୁ ଲକ୍ଷ୍ମୀପୁର ଖେରୀରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ବିକେୟୁ ନେତା ରାକେଶ ଟିକାୟତ ମଧ୍ୟ ଗାଜି ପୁରରୁ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମାଜବାଦୀ ପାର୍ଟି (ଏସପି) ନେତା ଅଖିଳେଶ ଯାଦବ ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପିର ତୀବ୍ର ସମାଲୋଚନା କରିଛନ୍ତି । ଶାନ୍ତିୂର୍ଣ୍ଣ ପନ୍ଥାରେ ଆନ୍ଦେଳନରତ ଚାଷୀଙ୍କ ଉପରେ ଏହା ଅତ୍ୟନ୍ତ ଅମାନବୀୟ ତଥା ନିଷ୍ଠୁର କାର୍ଯ୍ୟ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.