fbpx
BJD SKY
BJD SKY

ପ୍ରଥମ ଟାଇଟଲ ଅପେକ୍ଷାରେ RCB, କୋହଲିଙ୍କ ପାଇଁ ଶେଷ ସୁଯୋଗ

BJD

ନୂଆଦିଲ୍ଲୀ: ବିରାଟ କୋହଲି ୨୦୧୩ରୁ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜର ନେତୃତ୍ୱ ନେଇ ଆସୁଥିଲେ ହେଁ ଦଳକୁ କେବେ ବିଜୟ ସ୍ୱାଦ ଚଖାଇ ପାରି ନାହାନ୍ତି । ନଅ ବର୍ଷ ଧରି ଅଧିନାୟକତ୍ୱ କରି ଆସିବା ମଧ୍ୟରେ ଗୋଟିଏ ଥର ଆଇପିଏଲ ଫାଇନାଲ ଖେଳିବା ସୁଯୋଗ ପାଇ ଥିଲେ ହେଁ ସଫଳ ହୋଇ ପାରି ନ ଥିଲେ । ତେଣୁ ତାଙ୍କ ପାଇଁ ଏହା ଏକ ବଡ ଅବଶୋଷ ହୋଇ ରହିଛି ।

ସେହିଭଳି ଅଧିନାୟକ ଭାବେ ଭାରତକୁ ମଧ୍ୟ କେବେ କୌଣସି ଆଇସିସି ବୃହତ ଟୁର୍ଣ୍ଣାମେଣ୍ଟରେ ବିଜୟୀ କରିପାରି ନାହାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଚଳିତ ବର୍ଷର ଆଇପିଏଲ ଓ ଆଗାମୀ ଟି-୨୦ ବିଶ୍ୱକପ ସମାପ୍ତ ପରେ ଉଭୟ ଦଳର ଅଧିନାୟକ ପଦରୁ ଦୂରେଇ ଯିବା ପାଇଁ ଘୋଷଣା କରିଛନ୍ତି । ପ୍ରଥମତଃ ଭାରତକୁ ଟି-୨୦ ବିଶ୍ୱକପ ବିଜୟୀ କରାଇବା ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଆଇପିଏଲରେ ପ୍ରଥମ ଟାଇଟଲ ବିଜୟୀ କରାଇବା ଏହା ତାଙ୍କ ପାଇଁ ଶେଷ ସୁଯୋଗ ।

Get real time updates directly on you device, subscribe now.