fbpx

ବାଲିଯାତ୍ରା ହେଲା ଶେଷ ଯାତ୍ରା; ଦୁର୍ଘଟଣାରେ ୨ ଯୁବକ ମୃତ୍ୟୁ

Advertisement

କେନ୍ଦ୍ରାପଡା:ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁତ ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ରାତିରେ ପାରାଦୀପରୁ ବାଲିଯାତ୍ରା ଦେଖି ଫେରିବା ସମୟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ଚତୁର୍ଭୁଜ ଦାସ ଏବଂ ମହେନ୍ଦ୍ର ଶତପଥୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପରେ ଅନୁଷ୍ଠିତ ହୋଇଥିବା ବାଲିଯାତ୍ରା ଦେଖି ଏହି ଦୁଇ ଜଣ ଯୁବକ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାଟି ଚଣ୍ଡିଖୋଲ- ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଘଟିଛି । ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ମୃତ ଦେହ ରାସ୍ତା ଉପରୁ ଏବଂ ଅନ୍ୟଟିକୁ ରାସ୍ତା ତଳୁ ଉଦ୍ଧାର କରିଛି । ତେବେ ମୃତ୍ୟୁବରଣ କରିଥିବା ଏହି ୨ ଜଣ ଯୁବକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କରଞ୍ଜ ଗ୍ରାମର ବୋଲି ସୂଚନା ମିଳିଛି ।

ତେବେ ରାଜ୍ୟରେ ଏହି ଦୁର୍ଘଟଣା ମାମଲା ବଢି ଚାଲିଥିବା ବେଳେ, ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟ୍ରାଫିକ ନିୟମକୁ କଡାକଡି କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାଘାଟ ସମସ୍ୟା ମଧ୍ୟ ଦୂର କରୁଛନ୍ତି । କିନ୍ତୁ ସବୁପରେ ମଧ୍ୟ ରାଜ୍ୟରେ ଦୁର୍ଘଟଣା ମାମଲା ଥିମିବାର ନାଁ ନେଉନାହିଁ ।

Get real time updates directly on you device, subscribe now.