fbpx

ନ୍ୟାୟ ମାଗୁଛି ୨୦ ଟଙ୍କିଆ ନୋଟ୍: ଭାଇରାଲ ହେଉଛି ସୋନାଲିଙ୍କୁ ଗିରଫ କରିବାର ଦାବି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧୋକା ଦିଆ ସୋନାଲି ନନ୍ଦ, ପୋଲିସ ବାବୁ ତାକୁ ତୁରନ୍ତ ବାନ୍ଧ । ଏମିତି ଲେଖାଥିବା ୨୦ ଟଙ୍କିଆ ନୋଟଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ୨୦ ଟଙ୍କିଆ ନୋଟରେ ନାଲି କାଳିରେ ଲେଖା ହୋଇଛି ‘ଧୋକା ଦିଆ ସୋନାଲି ନନ୍ଦ, ପୋଲିସ ବାବୁ ତାକୁ ତୁରନ୍ତ ବାନ୍ଧ’ । ବିଜିନେସମ୍ୟାନ ତଥା ମଡେଲ ସୌମ୍ୟଙ୍କ ଆତ୍ମହତ୍ୟା ମାମଲାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ଗିରଫ ତ ଦୂରର କଥା ପଚରା ଉଚୁରା ମଧ୍ୟ କରିନାହିଁ ।

ପୋଲିସର ଏତାଦୃଶ କାର୍ଯ୍ୟକଳାପକୁ ସାଧାରଣରେ ବେଶ ନିନ୍ଦା ମଧ୍ୟ କରାଯାଉଛି । ତେବେ ଇତିମଧ୍ୟରେ ପୋଲିସ ସୋନାଲିଙ୍କ ବାପା ମା’ଙ୍କୁ ପଚରା ଉଚୁରା କରିବାରେ ଲାଗିଛି । ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ବେଳେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.