fbpx

୨୦ ବର୍ଷୀୟ ଯୁବକଙ୍କ ନିଆରା ପ୍ରୟାସ: ଥରେ ଚାର୍ଜ କଲେ ୩୦ କିମି ଚାଲୁଛି ଇଲେକ୍ଟ୍ରିକ ସାଇକେଲ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଯୁବକ ନୂଆ କାର୍ୟ୍ୟ କରି ଲୋକଲୋଚନକୁ ଆସିଥାନ୍ତି । ତେବେ ନିକଟରେ ଜଣେ ୨୦ ବର୍ଷୀୟ ଯୁବକ ଏକ ନିଆରା ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯୁବକ ଜଣଙ୍କ ନିଜ ଉଦ୍ୟମରେ ଏକ ଇଲେକ୍ଟ୍ରିକ ଭେହିକିଲ ନିର୍ମାଣ କରିଛନ୍ତି । ଏହି ସାଇକେଲରେ ଦୁଇଟି ଚକ ରହିଥିବା ବେଳେ ଏହା ୧୦୦ କେଜି ଓଜନ ବହନ କରିବାର କ୍ଷମତା ରଖିଛି । ଏହି ସାଇକେଲ ନିର୍ମାଣ କରିବା ପାଇଁ ଯୁବକ ଜଣଙ୍କ ପାଖାପାଖି ୧ ମାସ ସମୟ ନେଇଥିବା ଜଣାପଡ଼ିଛି ।

ସାଧାରଣ ଭାବେ ଗାଡ଼ି ନିର୍ମାତା କମ୍ପାପୀମାନେ ଇଲେକ୍ଟ୍ରିକ ବାଇକ, ସ୍କୁଟର ଆଦି ନିର୍ମାଣ କରିଥାନ୍ତି । ମାତ୍ର ମଧ୍ୟପ୍ରଦେଶର ଛତରପୁର ବାସିନ୍ଦା ଆଦିତ୍ୟ ଶିବହରେଙ୍କ ଏହି ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ସାଇକେଲକୁ ଥରେ ଚାର୍ଜ କଲେ ତାହା ୩୦ କିମି ଯାତ୍ରା କରିପାରିବ । ଏଥିସହିତ ୧୦୦ କେଜି ଓଜନର ଜିନିଷ ବୋହିବା ନେଇ ଏହି ସାଇକେଲର କ୍ଷମତା ରହିଛି ।

ତେବେ ଆଦିତ୍ୟ ଏହି ସାଇକେଲରେ ଅତ୍ୟାଧୁନିକ ବାଇକରେ ମିଳୁଥିବା ଫିଚର୍ସକୁ ମଧ୍ୟ ସାମିଲ କରିଛନ୍ତି । ପାଖାପାଖି ୧ ମାସ ମଧ୍ୟରେ ଆଦିତ୍ୟ ଏହି ସାଇକେଲ ପ୍ରସ୍ତୁତ କରିଥିବା ବେଳେ ଏହାର ମୂଲ୍ୟ ସେ ୨୦ ହଜାର ଟଙ୍କା ରଖିଛନ୍ତି । ଏହି ଯାନର ନାମ ‘ଇଣ୍ଡ ଇଭି୧’ ରଖାଯାଇଛି । ଫୁଲ ଚାର୍ଜ ହେବା ପାଇଁ ପାଖାପାଖି ୫ ଘଣ୍ଟା ସମୟ ଲାଗୁଛି । ଏଥିରେ ୨୫୦ ୱାଟ କ୍ଷମତାର ବିଏଲଡିସି ଇଲେକ୍ଟ୍ରିକ ମୋଟରର ବ୍ୟବହାର କରାଯାଇଛି । ଆଦିତ୍ୟ ଏବେ ଡିପ୍ଲୋମା ଇଞ୍ଜିନିୟରିଂର ପ୍ରଥମ ବର୍ଷର ଛାତ୍ର ଅଟନ୍ତି ।

Get real time updates directly on you device, subscribe now.