fbpx

ରାଜଧାନୀରେ ଦ୍ରୁତ ଗତିରେ ମାଡିଲା ସଂକ୍ରମଣ, ୨ଶହ ଟପିଲା ସ୍ଥାନୀୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜଧାନୀରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ଟ୍ରେଣ୍ଡ ଉପର ମୁହାଁ ହେବାରେ ଲାଗିଛି। ଯାହା ଫଳରେ ସ୍ମାର୍ଟସିଟି ବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଳଟିଛି। ଗତ ୧୬ ଦିନରେ ଦୈନିକ କରେନା ସଂକ୍ରମଣ ୨୦୦ ପାର୍ କରିଛି। ସୋମବାର ଦିନ ପୁଣି ୨୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୪୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପାତ୍ରପଡ଼ାରୁ ୨୧ ଜଣ, ନୟାପଲ୍ଲୀ ଏବଂ ଓଲ୍ଡ ଟାଉନ୍ ଅଞ୍ଚଳରୁ ୧୯ ଜଣ ଲେଖାଁଏ ସଂକ୍ରମିତ ରହିଛନ୍ତି।


ରାଜଧାନୀରେ କୋଭିଡ କଟକଣା ମାନୁନାହାନ୍ତି ଅମାନିଆ। ନିୟମର ଖୋଲା ଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ସହରେ ସଂକ୍ରମଣ ବଢ଼ିବା ପରେ ବିଏମ୍‌ସି ପକ୍ଷରୁ କୋଭିଡ୍ କଟକଣା କଡାକଡି କରାଯାଇଛି। ସପିଂ ମଲ୍‌ ଓ ବିଭିନ୍ନ ଜନଗହଳି ଅଞ୍ଚଳରେ ମାସ୍କ ଯାଞ୍ଚ ଆରମ୍ଭ ହୋଇଛି। ନିୟମଖିଲାପି କରୁଥିବା ଲୋକମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠା ଗ୍ରହଣ କରିବା ସହ ଜରିମାନା ଆଦାୟ କରାଯାଉଛି। ଏହି ସବୁ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର କାର୍ମଚାରୀ ନିଯୁକ୍ତ ହୋଇଛନ୍ତି।

Get real time updates directly on you device, subscribe now.