fbpx

ଜୁଲାଇ ୨୦ରେ ହେବ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ, ୧୩ରେ ଦେଶକୁ ଫେରିବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ କାରଣରୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ଜନସାଧାରଣ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସୁରକ୍ଷା ବଳ ନିୟୋଜିତ ଥାଇ ବି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରି ନେଇଥିଲେ । ଏପରି ସ୍ଥିତିରେ ରାଷ୍ଟ୍ରପତି ଗୋଟବାୟା ଦେଶ ଛାଡ଼ି ପଳାୟନ କରିଥିଲେ । ତେବେ ଆସନ୍ତା ୧୩ ତାରିଖରେ ରାଷ୍ଟ୍ରପତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସ୍ପିକର କହିଥିବା ଜଣାପଡ଼ିଛି ।

ତେବେ ସ୍ପିକର କହିଛନ୍ତି, ରାଷ୍ଟ୍ରପତି ୧୩ ତାରିଖରେ ନିଜ ପଦରୁ ଇସ୍ତଫା ଦେବା ପରେ ୧୫ରେ ସଂସଦରେ ବୈଠକ ବସିବ । ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ଓ ୨୦ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ଏଭଳି ସ୍ଥିତିରେ ବିପକ୍ଷ ଦଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ନିନ୍ଦା କରିଛନ୍ତି ।

ଦେଶର ପରିସ୍ଥିତିକୁ ନେଇ ସ୍ପିକରଙ୍କ ବାସଭବନରେ ଭର୍ଚୁଆଲରେ ମିଟିଂ ବସିଥିଲା । ସ୍ପିକର କହିଛନ୍ତି, ମିଟିଂରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ନେଇ ଦାବି ଉଠିଥିଲା । ଏଥିସହିତ ଏକ ସପ୍ତାହ ପାଇଁ କାର୍ଯ୍ୟବାହକ ରାଷ୍ଟ୍ରପତି ନିଯୁକ୍ତି ନେଇ ସହମତି ପ୍ରକାଶ ପାଇଥିଲା । ଖୁବଶୀଘ୍ର ଅନ୍ତରୀଣ ସର୍ବଦଳୀୟ ସରକାର ଗଠନ କରାଯାଇ ନିର୍ବାଚନ କରାଯିବ ।

Get real time updates directly on you device, subscribe now.