fbpx

ରାତିରେ ଲାଇଟ୍ ଜଳାଇ ଶୋଇବା କାରଣରୁ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଲଡପ୍ରେସର ବଢ଼ୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣ ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ । ନିଦ୍ରା ସମୟରେ ଲାଇଟ ରଶ୍ମୀର ପ୍ରଭାବରେ ବୟସ୍କମାନେ ପ୍ରଭାବିତ ହେଉଛନ୍ତି । ସେମାନେ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଳଡପ୍ରେସର ପରି ବିପଦର ସାମ୍ନା କରିଥାନ୍ତି । ଚିକାଗୋର ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟିର ଫୀନବର୍ଗ ସ୍କୁଲ ଅଫ୍ ମେଡିସିନ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ।

ଷ୍ଟଡି ମୁତାବକ, ଯେ କୌଣସି ପ୍ରକାରର ଲାଇଟ୍ ଜଳାଇ ଶୋଇବା ଏପରିକି ଡିମ୍ ଲାଇଟ୍ ଜଳାଇ ଶୋଇବା ଦ୍ୱାରା ବୟସ୍କମାନେ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିବାର ସମ୍ଭାବନା ରହିଥାଏ । ସ୍ମାର୍ଟଫୋନ ଲାଇଟ, ଟିଭି ଲାଇଟ, ସହରର ଲାଇଟ ଯୋଗୁଁ ଆମେ ୨୪ ଘଣ୍ଟା ଧରି ଲାଇଟ୍ ପ୍ରଦୂଷଣ ମଧ୍ୟରେ ଅବସ୍ଥାନ କରଛେ । ଏକ ସାମାନ୍ୟ ଲାଇଟ୍ ଆମ ଶରୀରକୁ ପ୍ରଭାବିତ କରିଥାଏ । ଡିମ ଲାଇଟରେ ଶୋଇବା ଦ୍ୱାରା ଆମର ହାର୍ଟ ରେଟ ଓ ବ୍ଲଡର ଗ୍ଲୁକୋଜ୍ ସ୍ତର ବଢ଼ାଇବାର ସମ୍ଭାବନା ରହିଥାଏ ।

ଏହି ଗବେଷଣା ପାଇଁ ୫୫୨ ବୟସ୍କ ମହିଳା ଓ ପୁରୁଷଙ୍କ ନିଦ୍ରାକୁ ଟ୍ରାକ୍ କରାଯାଇଥିଲା । ସମସ୍ତଙ୍କର ନିଦ୍ରା ଓ ଲାଇଟ ଏକ୍ସପୋଜରକୁ ଏକ ସପ୍ତାହ ପର୍ଯ୍ୟନ୍ତ ମପା ଯାଇଥିଲା । ତେବେ ଅଧାରୁ କମ୍ ଲୋକ ଅତିକମରେ ୫ ଘଣ୍ଟା ପାଇଁ ଅନ୍ଧାରରେ ଶୋଉଥିବା ବେଳେ ଅଧାରୁ ଅଧିକ ଲୋକ ଲାଇଟରେ ଶୋଇଥିଲେ । ଲାଇଟର ଏକ୍ସପୋଜର ଫଳରେ ହାଇ ବ୍ଲଡପ୍ରେସରର ଆଶଙ୍କା ୭୪ ପ୍ରତିଶତ, ମୋଟାପା ୮୨ ପ୍ରତିଶତ ଓ ଡାଇବେଟିସ୍ ୧୦୦ ପ୍ରତିଶତ ରହିଥିଲା ।

ତେବେ ଗବେଷକଙ୍କ ମତରେ, ଶୋଇବା ସମୟରେ ଲାଇଟ୍ ଠାରୁ ଦୂରେଇ ରହିବା ଦରକାର । ଆପଣ ଲାଇଟରେ ଶୋଇବାର ଅଭ୍ୟାସକୁ କମ୍ କରିବା ଦରକାର । ଶୋଇବା ସମୟରେ ଯେତେ ସମ୍ଭବ ଇଲେକ୍ଟ୍ରୋନିକ ସାମଗ୍ରୀ ଦୂରେଇ ରଖନ୍ତୁ । ସମୟ ସମୟରେ ରୁମରେ ବ୍ଲୁ ଲାଇଟ ବଦଳରେ ରେଡ୍ ଲାଇଟ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.