fbpx

ଅଭିନୟରୁ ସଫଳ ଉଦ୍ୟୋଗୀ, ଜାଣନ୍ତୁ କିଏ ଏହି ୯ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ନାମୀଦାମୀ କଳାକାର ରହିଛିନ୍ତି । ଏହି ସେଲିବ୍ରିଟିମାନେ ନିଜ ଅଭିନୟ ପାଇଁ ଘରେ ଘରେ ପରିଚିତ । ତେବେ ଏହି ତାରକା ମାନେ କେବଳ ନିଜର ଅଭିନୟ ନୁହେଁ ବରଂ ନିଜର ଆୟ ବଢ଼ାଇବା ପାଇଁ ନିଜର ସ୍ୱତନ୍ତ୍ର ଉଦ୍ୟୋଗ ବ୍ୟବସାୟ ମଧ୍ୟ ଜାରି ରଖିଛନ୍ତି । ତେବେ ଆଜି ଆମେ ଏହିଭଳ ୯ ସେଲିବ୍ରିଟିଙ୍କ ବିଷୟରେ ଜାଣିବା ଯେଉଁମାନେ ଅଭିନୟ ସହ ଜଣେ ଜଣେ ସଫଳ ଉଦ୍ୟୋଗୀ ମଧ୍ୟ ହୋଇପାରିଛନ୍ତି ।

୧. ସୋନୁ ସୁଦ: ଅଭିନେତା ସୋନୁ ସୁଦ ଚଳିତ ବର୍ଷ ଏକ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ‘ଇଲାଜ୍ ଇଣ୍ଡିଆ’ନାମରେ ଏକ ହେଲ୍ପଲାଇନ୍ ନମ୍ବର ବିକଶିତ କରିଛନ୍ତି । ଏହାର ଲକ୍ଷ ରହିଛି ଶିଶୁ ଚିକିତ୍ସା ପାଇଁ ଉତ୍ତମ ସହଯୋଗ ତଥା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହାର ଲକ୍ଷ୍ୟ ରହିଛି ।

୨. ରିଚ୍ଚା ଚଡ୍ଢା ଏବଂ ଅଲୀ ଫଜଲ: ବଲିଉଡ ଜଣେ ସବୁଠୁ ସଫଳ ଦମ୍ପତ୍ତି ଭାବରେ ପରିଚିତ ରିଚ୍ଚା ଚଡ୍ଢା ଏବଂ ଅଲୀ ଫଜଲ ଗତ ବର୍ଷ ନିଜର ପ୍ରଡକ୍ସନ ହାଉସ୍ ଆରମ୍ଭ କରିଛନ୍ତି । ତାଙ୍କର ନିର୍ମାଣଧୀନ ଏକ ଫିଲ୍ମ ଅର୍ନ୍ତଜାତୀୟ ସ୍ତରରେ ଆକର୍ଷଣ ପାଲଟିଛି । ଏହା ସହ ଦମ୍ପତ୍ତି ପ୍ରଥମ ଥର ଏକ ଏପରି ପ୍ରୋଗ୍ରାମ୍ ଆଣିବାକୁ ଯାଉଛନ୍ତି ଯାହାଦ୍ୱାରା ସିନେମାଟ୍ରୋଗ୍ରାଫୀ ଆଦି କ୍ଷେତ୍ରରେ ମହିଳାଙ୍କୁ କାମ କରିବା ପାଇଁ ସୁଯୋଗ ମିଳିବ ।

୩. ସେଫାଳୀ ଶାହା: ଅନେକ ବଲିଉଡ ଫିଲ୍ମରେ କାମ କରିଥିବା ଶେଫାଳୀଙ୍କର ଅନେକ ଫଲୋଅର ଅଛନ୍ତି । ସୋସିଆଲ ମିଡିଆରେ ନିଜର ଖାଦ୍ୟ ତିଆରି କରବା ଏବଂ ଖୁଆଇବାକୁ ନେଇ ବେଶ୍ ପରିଚିତ । ୨୦୨୧ ରେ ସେ ଅହମଦାବାଦରେ ଆରମ୍ଭ କରିଥିଲେ ତାଙ୍କର ରେଷ୍ଟୁରାଣ୍ଟ ବ୍ୟବସାୟ । ଯାହା ତାଙ୍କ ପାଇଁ ବେଶ୍ ସଫଳ ହୋଇଛି ।

୪. ସନ୍ନି ଲିଓନୀ: ଇଣ୍ଟରନେଟ୍ ର ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟି ସନ୍ନି ଲିଓନୀ ମଧ୍ୟ ୨୦୨୧ ରେ ଉଦ୍ୟୋଗରେ ସାମିଲ ହୋଇଛନ୍ତି । ସେ ତାଙ୍କର ଏନଏଫଟି ରେ ଲଞ୍ଚ କରିଥିଲେ । ଯାହା ବେଶ୍ ସଫଳ ମଧ୍ୟ ହେଶଇଛି ।

୫. ରକୁଲ ପ୍ରୀତ ସିଂହ: ପଞ୍ଜାବୀ ସିନେମାରେ ସଫଳତା ପରେ ରକୁଲ ପ୍ରୀତ ହିନ୍ଦୀ ଫିଲ୍ମରେ ମଧ୍ୟ ବେଶ୍ ସଫଳତା ଅର୍ଜନ କରିଛନ୍ତି । ତେବେ ଆପଣ ମଧ୍ୟରୁ ବହୁତ୍ କମ୍ ଲୋକ ଜାଣିଥିବେ ଯେ ରକୁଲ ପ୍ରୀତ ନିଜ ଭାଇଙ୍କ ସହ ମିଶି ଏକ ଆପ୍ ଲଞ୍ଚ କରିଛନ୍ତି ଯାହା ଅଭିନୟ ଜଗତରେ ଷ୍ଟ୍ରଗଲ କରୁଥିବା ଆକ୍ଟରଙ୍କୁ ସେମାନଙ୍କ ପ୍ରତିଭା ଦେଖାଇବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଛି ।

୬. ମଲାଇକା ଅରୋରା: ମଲାଇକା ଅରୋରା ୨୦୨୧ ମହମାରୀ ସମୟରେ ଏକ ଫୁଡ୍ ଡେଲିଭରି ସେବା ଆରମ୍ଭ କରିିଥିଲେ । ଯାହା ଖୁବ୍ ସଫଳ ମଧ୍ୟ ହୋଇଛି  ।

୭. ଅଭିଷେକ ବାନାର୍ଜୀ: ଛୋଟମୋଟ ଚରିତ୍ରରେ ଅଭିନୟ କରି ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଭିଷେକ ବାନାର୍ଜୀ ବେଶ୍ ପରିଶ୍ରମ କରିଥିଲେ, ଅଭିନୟ ବଳରେ ଦର୍ଶକକ ମନରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ନିକଟରେ  ସ୍ୱେତାବ ସିଂହଙ୍କ ସହ ମିଶି ଏକ ପ୍ରଡକ୍ସନ ହାଉସ୍ ପ୍ରସ୍ତୁତ କରିଛନ୍ତି ଯାହା ଷ୍ଟ୍ରଗଲ କରୁଥିବା କଳାକାରମାନଙ୍କୁ ଏକ ଭଲ ପ୍ଲା୍ଟଫର୍ମରେ କାମ କରିବାକୁ ସହାୟକ ହେଉଛି ।

୮. ଦୀପିକା ପାଦୁକୋନ: ନିଜର ଲାଇଫଷ୍ଟାଇଲ ବ୍ରାଣ୍ଡ୍ ଲଞ୍ଚ କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଦୀପିକା ପାଦୁକୋନ । ଏଥିରେ ସ୍କିନ କେୟାର ପ୍ରଡକ୍ଟ ଉପଲବ୍ଧ ହେବ । ତାଙ୍କ କମ୍ପାନୀ କେମିକାଲ ବଦଳରେ ପ୍ରାକୃତିକ ପ୍ରଡକ୍ଟ ଉପରେ ଧ୍ୟାନ ଦେବ ।

୯. ଆଲିଆ ଭଟ୍ଟ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ପାଦ ଦେଇଛନ୍ତି । ଆଇଆଇଟି କାନପୁର ବେସ୍ କମ୍ପାନୀ ଫୁ.କୋ ରେ ସେ ନିବେଶ କରିଥିବା ନେଇ ଘୋଷଣା ନିକଟରେ କରିଥିଲେ । ଯାହାର ଲକ୍ଷ୍ୟ ରହିଛି ବାସି ଫୁଲ ବର୍ଜ୍ୟବସ୍ତୁକୁ ଅଙ୍ଗାରମୁକ୍ତ ସୁଗନ୍ଧିତ ଧୂପକାଠି ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରିବାରେ କାମ କରିବ ।

Get real time updates directly on you device, subscribe now.