fbpx

ବଢ଼ୁଥିବା ଜନସଂଖ୍ୟା ଉପରେ ଲଗାମ ପାଇଁ ନାଗାଲାଣ୍ଡ ମନ୍ତ୍ରୀଙ୍କ ଫର୍ମୁଲା

ନୂଆଦିଲ୍ଳୀ: ଭାରତରେ ଜନସଂଖ୍ୟା ଦ୍ରୁତ ଭାବରେ ବଢ଼ିବା ଚିନ୍ତାଜନକ ରହିଛି, ସରକାର ମଧ୍ୟ ଜନସଂଖ୍ୟା ହ୍ରାସ ଦିଗରେ କାକ କରୁଛନ୍ତି । ନିକଟରେ ୟୁଏନର ଏକ ରିପୋର୍ଟରେ କୁହାଯାଇଛି ଯେ ଖୁବଶୀଘ୍ର ଭାରତ, ଚୀନକୁ ଜନସଂଖ୍ୟାରେ ଟପିପାରେ । ଏମିତିରେ ସବୁ ବଡ଼ ପ୍ରଶ୍ନ ଉଠୁଛି ଯେ ବଢ଼ୁଥିବା ଜନସଂଖ୍ୟା ଉପରେ କେମିତି କାବୁ ମିଳିବ?

ଆଉ ଏହାକୁ ନେଇ ଏବେ ଏକ ମଜାଦାର ଉତ୍ତର ନାଗାଲାଣ୍ଡରୁ ସାମ୍ନାକୁ ଆସିଛି । ନାଗାଲାଣ୍ଡ୍ ସରକାରରେ ମନ୍ତ୍ରୀ ତେମଜେନ ଇମନା କହିଛନ୍ତି ଯେ ଯଦି ଜନସଂଖ୍ୟା ଉପରେ କାବୁ କରିବାକୁ ଚାହୁଛନ୍ତି ଯେ ତେବେ ସିଙ୍ଗିଲ ରହିବା ଦରକାର । ଏନେଇ ଏକ ଟ୍ୱିଟ କରି କହିଛନ୍ତି ଯେ ବିଶ୍ୱ ଜନସଂଖ୍ୟା ଦିବସରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଆମକୁ ଅଧିକ ସମ୍ବେଦନଶୀଳ ହେବା ଦରକାର ଏବଂ ଶିଶୁ ଜନ୍ମ କରିବାର ବିକଳ୍ପ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର । ଯଦି ତାହା କରିପାରୁନାହାନ୍ତି ତେବେ ମୋ ଭଳି ସିଙ୍ଗିଲ ରୁହନ୍ତୁ ଆରେ ମିଳିିମିଶି ସମସ୍ତଙ୍କୁ ଭଲ ଭବିଷ୍ୟ ଦେବେ । ଆପଣ ମୋ ସହ ଆସନ୍ତୁ ଏବଂ ସିଙ୍ଗିଲ ରିହବାର ଆନ୍ଦୋଳନରେ ଯୋଡ଼ି ହୁଅନ୍ତୁ ।

ତେମଜେନ ଇମନାଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆର ଟ୍ରେଣ୍ଡ୍ କରିବାରେ ଲାଗିଛି । ଏକ ଗମ୍ଭୀର ପ୍ରସଙ୍ଗରେ ଯେଉଁଭଳି ମଜାଦାର ଢଙ୍ଗରେ ସେ ନିଜ କଥା କହିଛନ୍ତି ତାହାକୁ ଲୋକେ ପସନ୍ଦ କରୁଛନ୍ତି ଏବଂ ତାଙ୍କର ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ ମନ୍ତ୍ରୀ ଅନେକ ମଜାଦାର ବୟାନ ରଖି ଚର୍ଚ୍ଚାକୁ ଆସିଛନ୍ତି ।

Get real time updates directly on you device, subscribe now.