fbpx

୨୦୦ ଘଣ୍ଟା, ୩୦୦ ବୈଠକ: ଜାଣନ୍ତୁ କିପରି ଜି-୨୦ ଦିଲ୍ଲୀ ଘୋଷଣା ପତ୍ରରେ ସହମତି ହେଲେ ବିଶ୍ୱନେତା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷା ପରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଶନିବାର ସମ୍ମିଳନୀର ପ୍ରଥମ ଦିନ ସଫଳ ହୋଇଥିବା ଅନେକ ବିଶ୍ୱନେତା କହିଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ମତଭେଦ ଦୁର କରି ଦିଲ୍ଲୀ ଘୋଷଣାପତ୍ର ଉପରେ ଜି-୨୦ ସଦସ୍ୟଙ୍କ ସହମତି ପାଇଁ ଲଗାତାର ଶହଶହ ଘଣ୍ଟାର ଆଳୋଚନା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ୧୫ ଡ୍ରାଫ୍ଟ ଲାଗିଥିଲା । ଏହାପରେ ଯାଇ ଜି୨୦ ଦ୍ୱାରା ନୁଆଦିଲ୍ଲୀ ଘୋଷଣା ପତ୍ର ସର୍ବସମ୍ମତିରେ ଗୃହିତ ହୋଇଥିଲା । ଜି ୨୦ ଶେରପା ଅମିତାଭ କାନ୍ତ ଏହି ସୂଚନାକୁ ସୋସିଆଲ ମିଡିଆରେ ସେୟାର କରି ନିଜ ଟିମ୍‌ର ଦୁଇ ସଦସ୍ୟଙ୍କ କଡ଼ା ପରିଶ୍ରମର ପ୍ରଶଂସା କରିଥିଲେ । ଏହି ସଫଳତା ପାଇଁ ସେ ନାଗରାଜ ନାୟଡୁ କାନକୁର ଏବଂ ଏନ୍‌ଏମ୍ ଗମ୍ଭିରଙ୍କୁ ଦେଇଥିଲେ ।

ଅମିତାଭ କାନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ଜି୨୦ ବୈଠକରେ ଏହି କାମ ସବୁଠୁ ଜଟିଳ ଥିଲା(ଋଷ-ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ସହମତି) । ଏଥିପାଇଁ ପ୍ରାୟ ୨୦୦ ଘଣ୍ଟା ନିରନ୍ତର ଆଲୋଚନା, ୩୦୦ ଦ୍ୱିପାକ୍ଷିକ ବୈଠକ ଏବଂ ୧୫ ଡ୍ରାଫ୍ଟପରେ ଏହି ଉଦ୍ୟମ ସଫଳ ହୋଇଥିଲା । ଜି-୨୦ ଦ୍ୱାରା ନୂଆଦିଲ୍ଲୀ ଘୋଷଣାପତ୍ରରେ ସହମତି କରିବା ଦିଗରେ ଋଷ-ୟୁକ୍ରେନ୍ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ବଡ଼ ପତିବନ୍ଧକ ଥିଲା । ଏହି ବିଷୟ ଉପରେ ଦେଶ ଗୁଡ଼ିକ ମଧ୍ୟରେ ଭିନ୍ନ ମତ ଥିବାରୁ ସହମତି କରିବା ପାଇଁ ପ୍ରତିବନ୍ଧକକୁ ପାର୍ କରିବା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ନୂଆଦିଲ୍ଲୀ ଘୋଷଣାପତ୍ର ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଶନିବାର କହିଥିଲେ, ମୋତେ ଭଲ ଖବର ମିଳିଛି । ଆମର ଟିମ୍‌ର କଡ଼ା ସଂଘର୍ସ ଫଳ ସ୍ୱରୁପ ଜି-୨୦ ନେତା ମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ଘୋଷଣାପତ୍ର ଉପରେ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପଇଛି । ମୋର ପ୍ରସ୍ତାବ ଏହାକୁ ଆପଣାଇବା ଉଚିତ୍ । ମୁଁ ଏହି ଅବସରରେ ଜି ୨୦ ଶେରପା ଏବଂ ମନ୍ତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଏଥି ପାଇଁ ପରିଶ୍ରମ କର ସମ୍ଭବ କରି ପାରିଛନ୍ତି ।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତାଭ କାନ୍ତ କହିଛନ୍ତି, “ଯେତେବେଳେ ଆମେ ଜି-୨୦ ସଭାପତିତ୍ୱ କାର୍ଯ୍ୟ ଆରମ୍ଭ କଲୁ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତର ସଭାପତିତ୍ୱ ଏକ ସମାବେଶ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ ଭିତ୍ତିକ ହେବା ଉଚିତ । ନୂଆଦିଲ୍ଲୀ ଘୋଷଣାନାମାରେ ମୋଟ ୮୩ ଟି ଅନୁଚ୍ଛେଦ ଅଛି ଏବଂ ସମସ୍ତ ୮୩ ଅନୁଚ୍ଛେଦରେ ସମସ୍ତ ଦେଶର ୧୦୦ ପ୍ରତିଶତ ସହମତି ଅଟେ । ଭୂରାଜନୈତିକ ପ୍ରସଙ୍ଗରେ ‘ପୃଥିବୀ. ଲୋକେ, ଶାନ୍ତି ଏବଂ ସମୃଦ୍ଧତା’ ଶୀର୍ଷକ ଆଠଟି ଅନୁଚ୍ଛେଦ ଅଛି ।

ସେହି ଆଠଟି ଅନୁଚ୍ଛେଦରେ ଶତପ୍ରତିଶତ ସହମତି ରହିଛି । ଅମିତାଭ କାନ୍ତ କହିଛନ୍ତି ଯେ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାକୁ ସମସ୍ତ ଦେଶ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି । ୟୁକ୍ରେନ ପରି ବିବାଦୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ତାଙ୍କ ଏବଂ ତାଙ୍କ ଦଳର କାର୍ଯ୍ୟ ପାଇଁ ଜି -୨୦ ଶେରପା ଅମିତାଭ କାନ୍ତ ସର୍ବଦଳୀୟ ପ୍ରଶଂସା ପାଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଅମିତାଭ କାନ୍ତଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.