fbpx

ଆକାଉଣ୍ଟକୁ ଆସିନି କି ପିଏମ କିଷାନର ୨ ହଜାର ଟଙ୍କା? ଏହି ନମ୍ବରକୁ ଫୋନ କରି ଜଣାନ୍ତୁ ଅଭିଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଜାରି ହୋଇଛି । ଏହା ସହ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଆସିବା ଆରମ୍ଭ ହୋଇଛି । ଯଦି ଆପଣଙ୍କୁ ଏହି ଯୋଜନା ଅଧିନରେ ଟଙ୍କା ମିଳିନାହିଁ, ତେବେ ତୁରନ୍ତ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟରେ ଅଭିଯୋଗ କରିପାରିବେ । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଯଦି ଆପଣଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଆସିନାହିଁ, ତେବେ ଆପଣ ପ୍ରଥମେ ନିଜ ଅଞ୍ଚଳର କୃଷି ଅଧିକାରୀଙ୍କ ସହିତ ସମ୍ପର୍କ କରନ୍ତୁ । ଯଦି ଏହି ଲୋକମାନେ ଆପଣଙ୍କ କଥା ନଶୁଣନ୍ତି ବା ଏହାପରେ ବି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ନଆସେ, ତେବେ ଆପଣ ଏହା ସହ ଜଡିତ ହେଲ୍ପଲାଇନକୁ ମଧ୍ୟ କଲ କରିପାରିବେ । ଏହି ପିଏମ କିଷାନ ହେଲ୍ପ ଡେସ୍କ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରୁହେ । ଏହା ବ୍ୟତୀତ, ଆପଣ ଇ-ମେଲ [email protected]ରେ ମଧ୍ୟ ଯୋଗାଯୋଗ କରିପାରିବେ । ଯଦି ଏହା କାମ ନକରୁଛି, ତେବେ ସିଧାସଳଖ ୦୧୧-୨୩୩୮୧୦୯୨ କୁ କଲ କରନ୍ତୁ ।

କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଯଦି ପିଏମ କିଷାନ ଟଙ୍କା କାହା ଆକାଉଣ୍ଟକୁ ନଯାଇଛି, ତେବେ ତୁରନ୍ତ ଏହାର ସମାଧାନ କରାଯିବ । ଆପଣ ନିଜେ ଏହି ଯୋଜନାର ଷ୍ଟାଟସ୍ ଯାଞ୍ଚ କରିପାରିବେ ଏବଂ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ମନ୍ତ୍ରଣାଳୟକୁ ସମ୍ପର୍କ କରିବା ହେଲ୍ପଲାଇନ୍ ସମ୍ପର୍କରେ…

ପିଏମ କିଷାନର ଟୋଲ ଫ୍ରି ନମ୍ବର: ୧୮୦୦୧୧୫୫୨୬୬

ପିଏମ କିଷାନର ହେଲ୍ପଲାଇନ୍ ନମ୍ବର: ୧୫୫୨୬୧

ପିଏମ କିଷାନର ଲ୍ୟାଣ୍ଡଲାଇନ୍ ନମ୍ବର: ୦୧୧-୨୩୩୮୧୦୯୨, ୨୩୩୮୨୪୦୧

ପିଏମ କିଷାନର ନୂଆ ହେଲ୍ପଲାଇନ୍: ୦୧୧-୨୪୩୦୦୬୦୬

ପିଏମ କିଷାନର ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର: ୦୧୨୦-୬୦୨୫୧୦୯

Get real time updates directly on you device, subscribe now.