fbpx

2023 Flashback: ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୩ଟି ଅଭୁଲା ମୁହୂର୍ତ୍ତର ସେଇ ବିରଳ ଫଟୋଗୁଡ଼ିକୁ ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୩ ବର୍ଷ, ଆଉ ପାଦ ଦେଇଛି ନୂଆ ବର୍ଷ ୨୦୨୪ । ତେବେ ୨୦୨୩ ପୁରୁଣା ବର୍ଷ ଭାରତ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ରହିଥିଲା । ଏହି ବର୍ଷ ଭାରତ ବିଶ୍ୱସ୍ତରରେ ତା’ର ଅଦ୍ଭୂତପୂର୍ବ ସଫଳତାର ଛାପ ଛାଡ଼ିଥିଲା । ୨୦୨୩ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମଧ୍ୟ ଏକ ସଫଳତାର ବର୍ଷ ରହିଥିଲା । ଏହି ଅବସରରେ ୨୦୨୩ ବର୍ଷରେ କ୍ୟାମେରାରେ କଏଦ୍ ହୋଇଥିବା ମୋଦୀଙ୍କର ୨୩ଟି ବିରଳ ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଶେୟାର କରାଯାଇଛି ।

୧- ଚନ୍ଦ୍ରଯାନ ଲାଣ୍ଡିଂ: ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ଚନ୍ଦ୍ରଯାନ-୩ ସଫଳତାର ସହ ଲାଣ୍ଡିଂ କରିବା ପରେ ପିଏମ୍ ମୋଦୀ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥଙ୍କୁ ଆଲିଙ୍ଗନ କରିଥିଲେ ।

Chandrayaan Landing

୨- ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ସେଲଫି: ତାମିଲନାଡ଼ୁର ଚେନ୍ନାଇଠାରେ ମୋଦୀ ଜଣେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହିତ ସେଲଫି ନେଇଥିଲେ ।

Selfie With Divyang Karyakarta

୩- ବନ୍ଦେ ଭାରତରେ ଯୁବ ବନ୍ଧୁଙ୍କ ସହ ମୋଦୀ: ବନ୍ଦେ ଭାରତ ଟ୍ରେନ ଭିତରେ ମୋଦୀ ଯୁବ ବନ୍ଧୁଙ୍କ ସହିତ ବାର୍ତ୍ତାଳପ କରିଥିଲେ ।

With Young Friends In Vande Bharat

୪- ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗାଈ: ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ପିଏମ୍ ମୋଦୀଙ୍କର ବାସଭବନରେ ମୋଦୀଙ୍କୁ କିଛି ଗାଈଙ୍କ ସହିତ ଦେଖିବାକୁ ମିଳିଥିଲା ।

Cows At PM Residence

୫- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆମେରିକା ରାଷ୍ଟ୍ରପତି: ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଖିବାକୁ ମିଳିଥିଲା ।

US President At PM Residence

୬- ବୟସ୍କ ମହିଳାମାନେ ମୋଦୀଙ୍କୁ ଆଶିର୍ବାଦ: ପିଥୋରାଗଡ଼ର ଗୁଞ୍ଜି ଗ୍ରାମରେ ପିଏମ୍ ମୋଦୀଙ୍କୁ କିଛି ବୟସ୍କ ମହିଳା ଆଶିର୍ବାଦ ଦେଉଥିବା ଦେଖାଯାଇଥିଲା ।

Blessings From Elderly Woman In Pithoragarh

୭- କୁକୁରଙ୍କୁ ଖାଦ୍ୟ ଖୁଆଇବା: ହିମାଚଳ ପ୍ରଦେଶର ଲେପଚାଠାରେ ମୋଦୀ କିଛି କୁକୁରଙ୍କୁ ଖାଦ୍ୟ ଦେଉଥିବା ଦେଖାଯାଇଥିଲା ।

Feeding Dogs At Lepcha

୮- ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାହାଯ୍ୟ: ମଧ୍ୟପ୍ରଦେଶରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଚାଲିବା ଷ୍ଟିକ ତଳୁ ଉଠାଇ ମୋଦୀ ସାହାଯ୍ୟ କରିଥିଲେ ।

Helping Lift Walking Stick Of BJP Karyakarta

୯- କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା: କର୍ଣ୍ଣାଟକର କୋଲାର ଠାରେ ମୋଦୀ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

Chat With BJP Cadre In Karnataka

୧୦- ଜର୍ମାନୀ ଚାନ୍ସେଲର ଭାରତୀୟ ପାନ ନେଉଛନ୍ତି: ପିଏମ୍ ମୋଦୀଙ୍କ ସହିତ ଜର୍ମାନୀ ଚାନ୍ସେଲର ଓଲାଫ ସ୍କୁଲଜ ଭାରତୀୟ ପାନ ନେଉଥିବାର ଦେଖାଯାଇଥିଲା ।

Chancellor Of Germany Trying Pan

୧୧- ନୂଆ ସଂସଦରେ ପବିତ୍ର ସେଙ୍ଗୋଲ: ନୂଆ ସଂସଦ ଭବନକୁ ମୋଦୀ ‘ପବିତ୍ର ସେଙ୍ଗୋଲ’ ଆଣୁଥିବା ଦେଖାଯାଇଥିଲା ।

Sacred Sengol In New Parliament

୧୨- ଶିଶୁଙ୍କ ସହ ମୋଦୀ: ମଧ୍ୟପ୍ରଦେଶର ଶାହଦୋଲରେ ଥିବା ପାକାରିଆ ଗ୍ରାମରେ ମୋଦୀ ଛୋଟ ପିଲାଙ୍କ ଗହଣରେ ସମୟ ବିତାଇଥିଲେ ।

With Kids At Pakaria Village

୧୩- ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସହିତ ଚା’: ଅଯୋଧ୍ୟାରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସହିତ ମୋଦୀ ଚା’ ପିଇଥିଲେ ।

Enjoying Tea With PM Ujjwala Beneficiary

୧୪- ଜି-୨୦ ସମ୍ମିଳନୀରେ ଭାରତ: ଭାରତ ନେତୃତ୍ୱରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବ ଜି-୨୦ ନେତାଙ୍କ ସମ୍ମିଳନୀରେ ମୋଦୀ ।

Bharat At G20 Summit In New Delhi

୧୫- ବିଶ୍ୱକର୍ମାଙ୍କ ସହିତ ମୋଦୀଙ୍କ ଆଲୋଚନା: ଯଶୋଭୂମିଠାରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ ଅବସରରେ ବିଶ୍ୱକର୍ମାଙ୍କ ସହିତ ମୋଦୀ ଆଲୋଚନା କରୁଛନ୍ତି ।

Interacting With Vishwakarmas At Yashobhoomi

୧୬- ତେଜସରେ ମୋଦୀ: ବେଙ୍ଗାଲୁରୁ ସ୍ଥିତ ହାଲ ଠାରେ ମୋଦୀଙ୍କୁ ତେଜସ ଏୟାରକ୍ରାଫ୍ଟରେ ଦେଖିବାକୁ ମିଳିଥିଲା ।

Sortie On Tejas

୧୭- ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ବାଷ୍ଟିଲେ ଦିବସ ପାଳନ: ପିଏମ୍ ମୋଦୀ ତାଙ୍କର ବନ୍ଧୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଫ୍ରାନ୍ସରେ ବାଷ୍ଟିଲେ ଦିବସ ୨୦୨୩ ପାଳନ କରିଥିଲେ ।

With French President At Bastille Day 2023 Celebrations

୧୮- ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ସହ ମୋଦୀ: ବିଶ୍ୱକପ ୨୦୨୩ ଫାଇନାଲରେ ମୋଦୀ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାନ୍ତ୍ୱନା ଦେଇଥିଲେ ।

Consoling Team India Post World Cup 2023 Final

୧୯- ରୋବୋଟ ଚା’ ପରସିଲା: ଅହମଦାବାଦର ରୋବୋଟିକ ପାର୍କରେ ମୋଦୀଙ୍କୁ ଏକ ରୋବୋଟ ଚା’ ପରସିଥିଲା ।

Tea Served By Robot

୨୦- ପାର୍ବତୀ କୁଣ୍ଡରେ ପ୍ରାର୍ଥନା: ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ମୋଦୀ ପ୍ରାର୍ଥନା କରିଥିଲେ ।

Praying At Parvati Kund

୨୧- ବର୍ଷା, ସାଇକେଲ ଆରୋହୀ ଓ କାଫିଲା: ବିକାନେରଠାରେ ଏକ ରୋଡ ଶୋ’ ଅବସରରେ ବର୍ଷାରେ ସାଇକେଲ ଆରୋହୀଙ୍କ ସହିତ ମୋଦୀଙ୍କ କାଫିଲା ଆଗକୁ ବଢ଼ିଥିଲା ।

Rain Cyclists And Convoy

୨୨- ରୁଟି ତିଆରି ମୁହୂର୍ତ୍ତ: ମୁମ୍ବାଇର ମାରୋଲଠାରେ ଆଲଜାମିଆ-ଟସ-ସଇଫିୟାର ନୂଆ କ୍ୟାମ୍ପସ ଉଦଘାଟନ ଅବସରରେ ମୋଦୀ ରୁଟି ତିଆରି କରିଥିଲେ ।

Chapati Making Moment

୨୩୦- ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି: କପ୨୮ ସମ୍ମିଳନୀ ଅବସରରେ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ପିଏମ ମୋଦୀଙ୍କ ସହିତ ସେଲଫି ନେଇଥିଲେ ।

Selfie Moment With Italy Prime Minister

Get real time updates directly on you device, subscribe now.