fbpx

ଆଉ ମାତ୍ର କିଛିଦିନର ଅପେକ୍ଷା, ୩୦ ଅଗଷ୍ଟରେ ଦମଦାର ଅନ୍ଦାଜରେ ଆସୁଛି ରୟାଲ ଏନଫିଲ୍ଡର ନୂଆ ବୁଲେଟ୍ ୩୫୦, କ’ଣ ରହିଛି ଫିଚର ଓ ଦାମ୍ କେମିତି ରହିବ ଜାଣି ନିଅନ୍ତୁ

Advertisement

ନୂଆଦିଲ୍ଲୀ:ଦେଶର ପ୍ରମୁଖ ବାଇକ୍ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଗ୍ରାହକଙ୍କୁ କିଛି ଅପଡେଟ୍ ଦେବାକୁ ଯାଉଛି । କମ୍ପାନୀ ଏହାର ପ୍ରସିଦ୍ଧ ବାଇକ୍ ବୁଲେଟ୍ ୩୫୦କୁ ପୁରା ନୂଆ ଅନ୍ଦାଜରେ ବାହାର କରିବାକୁ ଯାଉଛି । ଏହି ନୂଆ ବାଇକ୍ କୁ ନେଇ କମ୍ପାନୀ ଏକ ଟିଜର ବି ଜାରି କରିଛି । ମିଳିଥଇବା ସୂଚନା ଅନୁସାରେ ନୂଆ ବୁଲେଟ୍ ୩୫୦ କୁ ଅଗଷ୍ଟ ୩୦ରେ ବିକ୍ରୀ ଲାଗି ଲଞ୍ଚ କରାଯିବ । ସବୁଠାରୁ ଖାସ୍ କଥା ହେଉଛି କମ୍ପାନୀ ଏହି ବାଇକ୍ କୁ ନ୍ୟୁ ଜେନେରେସନ ପ୍ଲାଟଫର୍ମରେ ପ୍ରସ୍ତୁତ କରୁଛି । ଫଳରେ ଏଥିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ ।

ତେବେ ଡିଜାଇନ୍ ଓ ଲୁକ୍ କଥା କହିଲେ ରୟାଲ ଏନଫିଲ୍ଡ ଏହାର ପ୍ରସିଦ୍ଧ ମଡେଲ୍ ବୁଲେଟ୍ ର ପାରମ୍ପାରିକ ଡିଜାଇନ୍ କୁ ବଜାୟ ରଖିବାକୁ ଚେଷ୍ଟା କରିବ । ନୂଆ ମଡେଲରେ କିଛି କସମେଟିକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ଏଥିରେ ସ୍ପୋକ୍ ହ୍ୱିଲ ଏବଂ ପୁରୁଣା ସ୍କୁଲ ବଡି ପ୍ୟାନେଲ ପୂର୍ବପରି ଅକ୍ଷୁର୍ଣ୍ଣ ରହିବ । ୨୦୨୩ ବୁଲେଟ୍ ୩୫୦ରେ ଟେଲିସ୍କୋପିକ୍ ଫ୍ରଣ୍ଟ ସସପେନସନ ଓ ପଛରେ କ୍ଲାସିକ ୩୫୦ ବାଲା ଟୁଇନ୍ ଶକ୍ ଆବଜରଭର ରହିବ । ସେହିପରି ପଛରେ ହଣ୍ଟର ୩୫୦ ରେଟ୍ରୋ ପରି ଡ୍ରମ ୟୁନିଯ୍ ଓ ସିଙ୍ଗଲ ଚ୍ୟାନେଲ ଏବିଏସ୍ ରହିବାର ସମ୍ଭାବନା ରହିଛି ।

ନୂଆ ବୁଲେଟ୍ ୩୫୦ରେ କମ୍ପାନୀ ୩୪୬ ସିସି କ୍ଷମତା ବିଶିଷ୍ଟ ଇଂଜିନର ବ୍ୟବହାର କରୁଛି ଯାହା ୧୯ବିଏଚପି ପାୱାର ଓ ୨୮ଏନଏମ ଟର୍କ ସୃଷ୍ଟି କରିବ । ନୂଆ ଅପଡେଟ ପରେ ଏହି ଇଂଜିନକୁ ଆହୁରି ରିଫାଇନଡ୍ କରାଯିବ ଫଳରେ ଏହାର ପରଫରମାନ୍ସ ଅଧିକ ସ୍ମୁଥ ରହିବ । କମ୍ପାନୀ ବୁଲେଟ୍ ୩୫୦ କୁ ଉଭୟ କିକ୍ ଷ୍ଟାର୍ଟ ଓ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଭାବରେ ଲଞ୍ଚ କରିବ । ଏହା ବ୍ୟତିତ ଏଥିରେ ଅନ୍ୟାନ୍ୟ ଆକର୍ଷଣୀୟ ଫିଚର ଯେପରିକି ସିଙ୍ଗଲ ପିସ୍ ସିଟ୍, ହାଇଲୋଜନ ହ୍ୟାଣ୍ଡଲ୍ୟାପ, ନୂଆ ଡିଜାଇନର ସୁଇଚ୍ ଗିଅର ଓ କିଛି ଅନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ବାଇକ୍ ରେ ଫୁଏଲ୍ ଗେଜ୍ ମଧ୍ୟ ରହିବ ଯାହାପୂର୍ବ ମଡେଲରେ ଉପଲବ୍ଧ ନ ଥିଲା । ତେବେ ଆପଣ ଭାବୁଥିବେ ଅପଡେଟ୍ ପରେ ରୟାଲ ଏନଫିଲ୍ଡ ଏହାର ନୂଆ ବୁଲେଟ୍ ୩୫୦ର ଦାମ୍ ନିଶ୍ଚିତ ଭାବରେ ବୃଦ୍ଧି କରିବ । କିନ୍ତୁ ଆପଣଙ୍କ ଧାରଣା ସଂପୂର୍ଣ୍ଣ ଭୁଲ୍ । ମାର୍କେଟରେ ପ୍ରତିଯୋଗିତା ଦ୍ରୁତ ଗତିରେ ବଢୁଥିବାରୁ ଏହାର ଦାମ୍ ବି କମ୍ ରହିବ ।

Get real time updates directly on you device, subscribe now.